ଶୀତ ଦିନେ ନିଜକୁ ସୁରକ୍ଷିତ ରଖିବାର ଉପାୟ
ଏବେ ଥଣ୍ଡାରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେଥିପାଇଁ କିଛି ଟିପ୍ସ ଆପଣେଇବାକୁ ପଡ଼ିଥାଏ।
– ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ ।
– ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, ପାଦରେ ଜୋତା ମୋଜା ବ୍ୟବହାର କରନ୍ତୁ।
-ଜେନେରେଟର୍, କିରୋସିନ୍ ଲଣ୍ଠନ ଲଗାଇଲେ ଶୋଇବା ପୂର୍ବରୁ ବିଷାକ୍ତ ଧୂଆଁ ଘର ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ ।
– ରୋଷେଇ ସମୟରେ ଏବଂ ନିଆଁ ପୋଇବା ବେଳେ ଯଥେଷ୍ଟ ଧ୍ୟାନ ରଖନ୍ତୁ ।
– ଗରମ ଖାଦ୍ୟ ଖାଆନ୍ତୁ, ଉଷୁମ ପାଣି ପିଅନ୍ତୁ ।
-ଗୃହପାଳିତ, ପଶୁ, ପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ ଦିଅନ୍ତୁ ନାହିଁ।
-ଶୀତ ଯୋଗୁଁ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।