ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ହରବିନ୍ଦର ରିନ୍ଦାର ମୃତ୍ୟୁ

ଅମୃତସର: ପଞ୍ଜାବର କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ଆତଙ୍କୀ ହରବିନ୍ଦର ରିନ୍ଦାରର ପାକିସ୍ତାନର ଲାହୋରରେ ମୃତ୍ୟୁ ହୋଇଛି । ରିନ୍ଦାର କିଡ୍‌ନୀ ରୋଗ ଥିବାବେଳେ ତାକୁ ପ୍ରଥମେ ଲାହୋରର ଜିନ୍ଦଲ ହସ୍ପିଟାଲ୍ ଏବଂ ପରେ ମିଲିଟ୍ରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଓଭର୍‌ଡୋଜ୍ କାରଣରୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ ରିନ୍ଦାର ମୃତ୍ୟୁ ପାଇଁ ବମ୍ବିହା ଗ୍ୟାଙ୍ଗ୍ ସୋସିଆଲ୍ ମିଡିଆରେ ନିଜକୁ ଦାୟୀ କରିଛି । ପଞ୍ଜାବୀ ସିଙ୍ଗର୍ ସିଦ୍ଧୁ ମୁସେୱାଲା ହତ୍ୟାରେ ମଧ୍ୟ ରିନ୍ଦା ଗ୍ୟାଙ୍ଗ୍‌ଷ୍ଟର୍ ଲରେନ୍ସ ଏବଂ ଗୋଲ୍ଡି ବରାର୍‌କୁ ସହାୟତା କରିଥିଲା । ହରବିନ୍ଦର ରିନ୍ଦା ଖଲିସ୍ତାନୀ ଆତଙ୍କୀ ସଂଗଠନ ବଽର୍ ଖାଲ୍‌ସା ଇଣ୍ଟରନାସ୍‌ନାଲ୍ (ବିକେଆଇ) ସହ ମଧ୍ୟ ସମ୍ପୃକ୍ତ ଥିଲା । ଭାରତରେ ବିକେଆଇର ହ୍ୟାଣ୍ଡଲର୍ ରିନ୍ଦା ଥିଲା ବୋଲି କୁହାଯାଉଛି । ପଞ୍ଜାବରେ ଟାର୍ଗେଟ୍ କିଲିଂ ଏବଂ ଆତଙ୍କ ପ୍ରସାରରେ ରିନ୍ଦାର ହାତ ରହିଥିଲା ।

Related Articles

Leave a Reply

Your email address will not be published.

Back to top button