ହକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ମନୋବଳକୁ ବୃଦ୍ଧି କରିବା ପାଇଁ ହକି ଇଣ୍ଡିଆର ବଡ଼ ଘୋଷଣା । ଏଣିକି ଖେଳାଳିମାନଙ୍କୁ ମିଳିବ ବାର୍ଷିକ ନଗଦ ପ୍ରୋତ୍ସାହନ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କି ଏବଂ ସେକ୍ରେଟେରୀ ଜେନେରାଲ ଭୋଲନାଥ ସିଂଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ଏବଂ ସହାୟତା କର୍ମଚାରୀଙ୍କ ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ସହାୟତା ଆର୍ଥିକ ସ୍ଥିତି ଖରାପ ଥିବା ଖେଳାଳିଙ୍କୁ ସହାୟକ ହେବ । ଏକ ସପ୍ତାହ ପୂର୍ବରୁ ହକି ଇଣ୍ଡିଆ ଭାରତୀୟ ଜୁନିୟର ପୁରୁଷ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଜୋହର କପ୍‌ରେ ସଫଳତା ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରିଥିଲା । ଏହି ଅବସରରେ ଦିଲୀପ ତିର୍କି କହିଛନ୍ତି ଯେ ହକି ଇଣ୍ଡିଆର ସର୍ବସମ୍ମତି କ୍ରମେ ଭାରତୀୟ ପୁରୁଷ ଏବଂ ମହିଳା ହକି ଦଳର ଖେଳାଳିଙ୍କୁ ପ୍ରତ୍ୟେକ ବିଜୟ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହି ନଗଦ ପ୍ରୋତ୍ସାହନ ପ୍ରତିବର୍ଷ ପ୍ରଦାନ କରାଯିବ। ଏହି ଘୋଷଣା ଜାନୁଆରୀରେ ହେବାକୁ ଥିବା ବିଶ୍ୱକପ ଏବଂ ଏସିଆନ ଗେମ୍ସ ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ଦଳର ମନୋବଳ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଭାରତୀୟ ଦଳର ବିଜୟ ପାଇଁ କଠିନ ପରିଶ୍ରମ କରୁଥିବା ଯୁବ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବ।

Related Articles

Leave a Reply

Your email address will not be published.

Back to top button