ନଭେମ୍ବର ୨୨ରୁ ୟୁନେସ୍କୋ ଇଣ୍ଡିଆ-ଆଫ୍ରିକା ହେକାଥନ୍‌

ନୂଆଦିଲ୍ଲୀ : ଶିକ୍ଷା ମନ୍ତ୍ରଣାଳୟ ଏବଂ ୟୁନେସ୍କୋ ପକ୍ଷରୁ ନଭେମ୍ବର ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଭାରତରେ ୟୁନେସ୍କୋ ଇଣ୍ଡିଆ-ଆଫ୍ରିକା ହେକାଥନ୍‌ର ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ଆଫ୍ରିକୀୟ ଦେଶର ଛାତ୍ର, ଶିକ୍ଷକ, ପ୍ରଶିକ୍ଷକ ଏବଂ ରିସର୍ଚ୍ଚ ସହିତ ସମ୍ପୃକ୍ତ ବ୍ୟକ୍ତିମାନେ ଏହି ଦେଶଗୁଡ଼ିକ ଆସିବାକୁ ଥିବା ମିଳିତ ଆହ୍ୱାନର ସମାଧାନ ସୂତ୍ର ଉପସ୍ଥାପନ କରିବେ । ଶିକ୍ଷା ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ଏହି ହେକାଥନ୍‌ରେ ଭାରତ ବ୍ୟତୀତ ୨୨ଟି ଦେଶ ବୋତ୍ସୱାନା, କାମେରୁନ୍‌, ଇକ୍ୱେଟେରିଅଲ୍ ଗିନି, ଏସ୍ୱାତିନି, ଇଥିଓପିଆ, ଗାମ୍ବିଆ, ଘାନା, ଗିନି ବିସାଉ, ଲେସୋଥୋ, ଟୋଗୋ, ମଲାୱି, ମାଲି, ମରିସସ୍‌, କେନିଆ, ସିୟାରାଲିୟୋନ୍‌, ମରକ୍କୋ, ମୋଜାମ୍ବିକ୍‌, ନାମ୍ବିୟା, ନାଇଜର, ତାଞ୍ଜାନିଆ, ଉଗାଣ୍ଡା ଏବଂ ଜିମ୍ବାୱେ ଯୋଗଦେବେ । ୟୁନେସ୍କୋ ଇଣ୍ଡିଆ-ଆଫ୍ରିକା ହେକାଥନ୍‌ର ପ୍ରମୁଖ ବିଷୟ ମଧ୍ୟରେ ଶିକ୍ଷା, ଶକ୍ତି, ପାନୀୟଜଳ ଏବଂ ସ୍ୱଚ୍ଛତା, କୃଷି ତଥା ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସାମିଲ । ୟୁନେସ୍କୋ ଇଣ୍ଡିଆ-ଆଫ୍ରିକା ହେକାଥନ୍‌ରେ ୧୦୦ ମାର୍ଗଦର୍ଶକ, ୧୬୦ ଛାତ୍ରୀ ଏବଂ ୪୪୩ ଛାତ୍ର ଭାଗନେବେ । ଏହି ଛାତ୍ରମାନେ ଏହି ଦେଶଗୁଡ଼ିକରେ ଦେଖାଦେଉଥିବା ସମସ୍ୟାର ମିଳିତ ଭାବେ ସମାଧାନ ସୂତ୍ର ବାହାର କରିବେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button