ପବିତ୍ର ପଞ୍ଚୁକର ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ଭିଡ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଯାଇଛି ପବିତ୍ର ପଞ୍ଚୁକ ବ୍ରତ । ଏନେଇ ଚଳଚଂଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷର କରୋନା କଟକଣା ହଟିଯିବ ପରେ ଲୋକାରଣ୍ୟ ହୋଇଉଠିଛି ଶ୍ରୀକ୍ଷେତ୍ର । ଏହି ଅବସରରେ ଆଜି ସକାଳୁ କାର୍ତ୍ତିକ ବ୍ରତଧାରୀମାନେ ସମୁଦ୍ର କୂଳରେ ଓ ବଡ଼ଦାଣ୍ଡରେ ପୂଜାର୍ଚ୍ଚନା କରୀଛନ୍ତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ପଞ୍ଚୁକର ପ୍ରଥମ ଦିନ ବଡ଼ ଏକାଦଶୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ ଗ୍ରହଣ କରାଯାଇଥିଲା । ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ଚାରି ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ମରିଚିକୋଟ ଛକ ଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଚାରିଟି ଧାଡ଼ିରେ ବାରିକେଡିଂ ସହ ଛାମୁଣ୍ଡିଆ ବ୍ୟବସ୍ଥା କରାଯାଇଥିଲା । ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ । ତେବେ ଶ୍ରୀମନ୍ଦିର ଦର୍ଶନ, ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏନେଇ ୧୨ ଡିଏସପି, ୬ ଅତିରିକ୍ତ ଏସପି, ୨୪ ଇନ୍ସପେକ୍ଟର, ୧୦୦ ଏସ ଆଇ ଓ ଏଏସ ଆଇ, ୩୦୦ ହୋମଗାର୍ଡ ଙ୍କ ସହ ୨୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅନ୍ୟପଟେ ଆଜି ଚାରିଟି ଧାଡ଼ିରେ ବାରିକେଡିଂ ଦେଇ ଯାଉଥିବା ଶ୍ରଦ୍ଧାଳୁ ମାନଙ୍କୁ ଦଳ ଦଳ କରି ଶ୍ରୀମନ୍ଦିର ମଧ୍ୟକୁ ଛଡାଯାଉଥିଲା । ତେବେ ମରିଚିକୋଟ ଛକ ନିକଟରୁ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଆସିବା ବେଳେ ପ୍ରଶାସନ ଦ୍ୱାରା ହୋଇଥିବା ସୁବିଧା ପାଇବା ସତ୍ୱେ ବିଭିନ୍ନ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥିଲେ । ଶ୍ରୀମନ୍ଦିରକୁ ବିଭିନ୍ନ ବର୍ଗର ଲୋକେ ଦର୍ଶନ କରିବାକୁ ଆସୁଥିଲେ ମଧ୍ୟ ବୟୋବୃଦ୍ଧ ଓ ପିଲାମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇନଥିଲା । ଏଥିଯୋଗୁ ଏହି ବର୍ଗର ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମୁଖିନ୍ନ ହୋଇଥିଲେ । ଏଥିସହ ଆଜି ଏକାଦଶୀ ପଡୁଥିବାରୁ ଅନ୍ୟ ଦିନ ତୁଳନାରେ ହଜାର ହଜାର ଶ୍ରଦ୍ଧାଳୁ ଚାଲି ଆସିଥିଲେ ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ । ଏଥିପାଇଁ ଦର୍ଶନାର୍ଥୀ ମାନେ ଘଣ୍ଟା ଘଣ୍ଟା ଧରି ଧାଡି ରେ ଛିଡା ହୋଇ ରହିଥିଲେ ।

Related Articles

Leave a Reply

Your email address will not be published.

Back to top button