କପି ରୋକିବ ‘ଆଂଟି ଚିଟିଂ ମାସ୍କ’

ପରୀକ୍ଷାରେ ପିଲାଙ୍କ କପି ରୋକିବା ଲାଗି ଫିଲିପାଇନ୍ସର ଏକ କଲେଜ ଭିନ୍ନ ପ୍ରୟାସ କରିଛି । ଲେଗାଜପି ସହରର ବିକୋଲ ୟୁନିର୍ଭସିଟି କଲେଜ ଅଫ୍ ଇଞ୍ଜିନିୟରିଂର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ହଲରେ ହେଡ୍ ଗିୟର୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାକୁ ସେମାନେ ପାଳନ କରିଛନ୍ତି । ପିଲାମାନେ କାର୍ଡବୋର୍ଡ, ଅଣ୍ଡା ଖୋଳ ତଥା ଅନ୍ୟାନ୍ୟ ରିସାଇକଲ ଜିନିଷରେ ଏହାକୁ ଅତି ସୁନ୍ଦରରେ ତିଆରି କରିଛନ୍ତି । ପ୍ରଫେସର ମ୍ୟାରି ଜଏ ମଣ୍ଡାନେ ଅରଟିଜ୍ ଛାତ୍ରଛାତ୍ରୀଙ୍କୁ ମିଡ୍ ଟର୍ମ ପରୀକ୍ଷା ପାଇଁ ହେଡ୍‌ଗିୟର୍ ତିଆରି କରିବାକୁ କହିଥିଲେ । କେବଳ ଏତିକି ନୁହେଁ, ଏହାକୁ ସୁନ୍ଦର ଓ ନିଆରା ଶୈଳୀରେ ତିଆରି କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଯେମିିତି ଏହାକୁ ପିନ୍ଧିଲେ କେହି କାହା ଖାତା ଦେଖିପାରିବେ ନାହିଁ । ସମ୍ପୃକ୍ତ ପ୍ରଫେସର ପରୀକ୍ଷା ହଲ୍‌ରେ ହେଡ୍ ଗିୟର ପିନ୍ଧି ବସିଥିବା ପିଲାମାନଙ୍କର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍ କରିଛନ୍ତି । ତେବେ ଥାଇଲାଣ୍ଡରେ ପ୍ରଥମେ ଏଭଳି ପରିକଳ୍ପନାକୁ ଦେଖିବା ପରେ ଏଥିରୁ ଅନୁପ୍ରାଣୀତ ହୋଇଥିବା କହିଛନ୍ତି ପ୍ରଫେସର ମ୍ୟାରି।

Related Articles

Leave a Reply

Your email address will not be published.

Back to top button