ଗୁଜରାଟ ବାଜିଲା ନିର୍ବାଚନ ବିଗୁଲ

ନୂଆଦିଲ୍ଳୀ: ବାଜିଲା ଗୁଜରାଟ ବିଗୁଲ । ବହୁ ପ୍ରତୀକ୍ଷିତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି ।  ଡିସେମ୍ବର ୧ ଓ ୫ ତାରିଖରେ ଗୁଜରାଟ ଭୋଟ ଗ୍ରହଣ କରାଯିବ ।  ଡିସେମ୍ବର ୮ରେ ଗୁଜରାଟ ବିଧାନସଭା ଭୋଟ ଗଣତି କରାଯିବ ।  ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।  ଗୁଜରାଟ ବିଧାନସଭାର ମୋଟ ୧୮୨ ଆସନ ପାଇଁ ନିର୍ବାଚନ ହେବ ।  ୩୩ଟି ଜିଲ୍ଲାର ମୋଟ ୪ କୋଟି ୯୦ ଲକ୍ଷ ଭୋଟର ଭୋଟ ଦେବେ ।  ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ମଧ୍ୟରେ ନାମାଙ୍କନପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।  ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୭ ମଧ୍ୟରେ  ନାମାଙ୍କନପତ୍ର ଦାଖଲ କରାଯିବ ବୋଲି  ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି ।  ନଭେମ୍ବର ୧୫ ରେ ପ୍ରଥମ ପର୍ୟ୍ୟାୟ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନଭେମ୍ବର ୧୮ ରେ ଦ୍ବିତୀୟ ପର୍ୟ୍ୟାୟ ନାମାଙ୍କନ ଦାଖଲର ଯାଞ୍ଚ ହେବ। ନେଭମ୍ବର ୧୭ ଏବଂ ୨୧ ରେ ନାମାଙ୍କନ ପ୍ରତ୍ୟାହାର ହେବ ।  ୧ ଏବଂ ୫ ଡିସେମ୍ବରରେ ହେବ ମତଦାନ। ହିମାଚଳ ପ୍ରଦେଶର ନିର୍ବାଚନ ଫଳାଫଳ ସହ ୮ ଡିସେମ୍ବରରେ ଆସିବ ଫଳାଫଳ ଏବଂ ୧୦ ଡିସେମ୍ବର ମଧ୍ୟରେ ସରିବ ସମସ୍ତ ନିର୍ବାଚନ ପ୍ରକ୍ରିୟା। ଉଲ୍ଲେଖଯୋଗ୍ୟ, ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୯୯ ସିଟ୍‌ରେ ଜିତିଥିଲା ଏବଂ କଂଗ୍ରେସ ୭୭ ସିଟ୍‌ରେ ଜିତିଥିଲା। ତେବେ ଏହାରି ମଧ୍ୟରେ ଆମ୍‌ ଆଦମୀ ପାର୍ଟୀ ଏହାର ୨୨ ଆଶାୟୀଙ୍କ ଏକ ସୂଚନା ଜାରି କରିଛି। ଅବଶ୍ୟ ବିଜେପି ଏବଂ କଂଗ୍ରେସ ମଧ୍ୟ ଏପର୍ୟ୍ୟନ୍ତ ନିର୍ବାଚନ ଆଶାୟୀଙ୍କୁ ଘୋଷଣା କରିନାହାଁନ୍ତି ।

Related Articles

Leave a Reply

Your email address will not be published.

Back to top button