ଧବଳେଶ୍ଵର ଝୁଲାପୋଲ ୨ ଦିନ ପାଇଁ ବନ୍ଦ

ଭୁବନେଶ୍ବର : ଧବଳେଶ୍ଵର ଝୁଲାପୋଲ ୨ ଦିନ ପାଇଁ ବନ୍ଦ। ମଙ୍ଗଳବାରଠାରୁ ଝୁଲା ପୋଲର ମରାମତି କାମ ଆରମ୍ଭ ହେବ। ଏହି ଦୁଇ ଦିନ ଭିତରେ ପୋଲ ଉପରକୁ କାହାକୁ ଛଡା ଯିବ ନାହିଁ। ସ୍ଥାନୀୟ ପ୍ରଶାସନ ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିବ। ଦୁଇ ଦିନ ଭିତରେ କାମ ଯଦି ସମ୍ପୂର୍ଣ୍ଣ ନ ହୁଏ । ତେବେ ପୋଲର ବନ୍ଦ ଅବଧି ସମୟ ସୀମା ବଢ଼ିପାରେ। ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ ଏନେଇ ସୂଚନା ଦେଇଛନ୍ତି। ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ, ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଥାଉକି, ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ଦୁର୍ବଳ ହୋଇଯାଇଛି। ରବିବାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିମନ୍ତ୍ରଣରେ କୋଲକାତାରୁ ଏକ ବିଶେଷଜ୍ଞ ଟିମ୍ ଝୁଲା ପୋଲ ସ୍ଥିତି ପରଖିଥିଲା। ଏହାର କଡିକବଜା ଗୁଡିକ ଦୁର୍ବଳ ହୋଇଯାଇଛି ଏବଂ ଯଥାଶୀଘ୍ର ମରାମତି ଆବଶ୍ୟକ ବୋଲି କମିଟି ମତ ଦେଇଥିଲା। ଏ ସମ୍ପର୍କରେ ଗତକାଲି ରାତିରେ କଟକରେ ବୈଷୟିକ କମିଟି ବୈଠକ ବସି ଆଜିଠାରୁ ଝୁଲାପୋଲରେ ଯାତାୟତ କରିବାର କ୍ଷମତାକୁ କମାଇ ଦିଆଯାଇଥିଲା। ଏ ସମ୍ପର୍କରେ ଆଜି ପ୍ରଶାସନ ତରଫରୁ ପୋଷ୍ଟର ମରାଯାଇ ନିୟମ ସମ୍ପର୍କରେ ଲୋକଙ୍କୁ ସୂଚନା ଦିଆଯାଇଥିଲା।

Related Articles

Leave a Reply

Your email address will not be published.

Back to top button