ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ଭୁବନେଶ୍ୱର : ଭଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କୋଟିପତି ଯନ୍ତ୍ରୀ । ତାଙ୍କ ଘରେ ଠାବ ହୋଇଛି ପ୍ରଚୁର ଆୟ ବର୍ହିଭୂତ ସମ୍ପତି । କ୍ରିପ୍ଟୋ ଠାରୁ ଆରମ୍ଭ କରି ସୂନା ଗହଣା, ଜମି ଏବଂ ଫ୍ଲାଟ୍ କିଣାରେ କୋଟି କୋଟି ଟଙ୍କା ବ୍ୟୟ ହୋଇଛି । କେବଳ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଛି । ସେ ହେଲେ ଆର୍‌ଡବ୍ଲୁଏସ୍‌ଏସ୍‌ର ପ୍ଲାନିଂ, ମନିଟରିଂ ଇନ୍‌ଭେସଟିଗେସନ୍ ଡିଜାଇନ୍‌ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ତାଙ୍କ ଘର ବରଗଡ ଜିଲାରେ । ସେ ଭୁବନେଶ୍ୱରରେ କାର୍ଯ୍ୟରତ । ସେ ବିପୁଳ ପରିମାଣରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସକୁ ସୂଚନା ମିଳିଥିଲା । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ନିହାରଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ସମ୍ବଲପୁର ଓ ବରଗଡ଼ରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉରେ ଭିଜିଲାନ୍ସର ୫ ଜଣ ଡିଏସ୍‌ପି ଓ ୧୨ ଜଣ ଇନ୍‌ସ୍‌ପେକ୍ଟର ସାମିଲ ହୋଇଥିଲେ । ଯୋଜନା ମୁତାବତ ୬ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ଉ କରାଯାଇଥିଲା । ଭିଜିଲାନ୍ସର ସୂଚନା ମୁତାବକ ନିହାର ରଞ୍ଜନ ଦାସଙ୍କ ଭୁବନେଶ୍ୱରର ଖାରବେଳନଗରସ୍ଥିତ ବାସଭବନ, ମୁଦିପଡ଼ାର ତିନିତାଲା ଘର, ବରଗଡ଼ର ପୈତୃକ ବାସଭବନ, ସରକାରୀ ଦପ୍ତର, ସାନପଲାସ୍ଥିତ ସମ୍ପର୍କିୟଙ୍କ ଘରେ ମଧ୍ୟ ଭଜିଲାନ୍ସ ରେଡ କରିଥିଲା । ସମ୍ବଳପୁରରେ କେବଳ ୮ଟି ପ୍ଲଟ୍ ଥିବା ନେଇ ସୂଚନା ମିଳିଛି । ଅଇଁଠାପାଲି, ଧନକୁଡା, ନୂଆପାଲ୍ଲୀ, କିନ୍‌ସିର୍‌ରେ କୋଟିଏରୁ ଅଧିକ ଟଙ୍କାର ପ୍ଲଟ ଠାବ କରାଇଛି । ସେହିପରି ଭୁବନେଶ୍ୱରରୁ ୨୫୦ ଗ୍ରାମ୍‌ରୁ ଅଧିକ ସୁନା ଗହଣ, ଏକ ଲକ୍ଷ ନଗଦ ଟଙ୍କା, ୨ଟି କାର ଓ ୨ଟି ବାଇକ୍ ଜବତ କରାଯାଇଛି । ସକାଳୁ ସକାଳୁ ନିହାରଙ୍କ ଘରକୁ ଘେରାଉ କରିଥିଲେ ଭିଜିଲାନ୍ସ କର୍ମଚାରୀ । ସେମାନେ କବାଟ ବାଡ଼େଇ ବାଡ଼େଇ ନୟାନ୍ତ ହୋଇଥିଲେ । ହେଲେ କବାଟ ଖୋଲି ନ ଥିଲେ ନିହାର । ଘରେ ଲାଗିଥିବା ସିସିଟିଭିରେ ଭିଜିଲାନ୍ସ ଟିମ୍‌କୁ ଦେଖି ଟଙ୍କା, ସୁନା ଓ କ୍ରିପ୍ଟୋ ପେପର ଲୁଚାଇବାକୁ ଚେଷ୍ଟା କରିଥିଲେ । ଝରକା ଦେଇ ଟଙ୍କା, ଅର୍ଥନୈତିକ ଦସ୍ତାବିଜ୍ ସହ କ୍ରିପ୍ଟୋ ବିନିଯୋଗର ତଥ୍ୟ ଥିବା ମୋବାଇଲ ଫୋନକୁ ଫୋପାଡିବାକୁ ଚେଷ୍ଟା କରିଥିଲେ । ହେଲେ ଘରକୁ ଘେରିଥିବା ଟିମ୍ ତଳେ ଥାଇ ଏହାକୁ ଧରି ନେଇଥିଲେ । ନିହାରଙ୍କର କ୍ରିପ୍ଟୋ ଲିଙ୍କ୍ ଜଣାପଡ଼ିବା ପରେ ୩୮ଟି ଡକ୍ୟୁମେଣ୍ଟ ଜବତ କରିଛି ଭଜିଲାନ୍ସ୍ସ । ସେ କ୍ରିପ୍ଟୋ କରେନ୍ସିରେ ବିପୁଳ ପରିମାଣରେ ଟଙ୍କା ନିବେଶ କରିଛନ୍ତି । ଏହାର ପରିମାଣ ୧.୭୫ କୋଟି ଟଙ୍କା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button