ନନ୍ଦନକାନନ ପୋଷା ହାତୀ ପ୍ରେମାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁର ବିଭୀଷିକା । ଚଳିତ ବଷୟ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ୨୫ରୁ ଅଧିକ ବନ୍ୟ ଜନ୍ତୁଙ୍କ ଜୀବନ ଗଲାଣି କେତେକ ଅଜଣା ରୋଗରେ ମୃତ୍ୟୁ ଘଟିଥିବାବେଳେ କିଛି ଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଘଟି ଆଘାତ ଦ୍ୱାରା ପ୍ରାଣ ହରାଉଛନ୍ତି ।ଏମିତିକି ଏକାଧିକ ବନ୍ୟ ଜନ୍ତୁ ଅସୁସ୍ଥ ହୋଇ ପଡି ପ୍ରତି ସପ୍ତାହରେ ଓୟୁଏଟିର ବିଶେଷଜ୍ଞ ମାନେ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି କିନ୍ତୁ ବିପଦ ଟଳିନି । ଚଳିତ ମାସ ୨୨ତାରିଖ ରବିବାର ଦିନ ଧଳାବାଘୁଣୀ ବିଜୟାର ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଶୁକ୍ରବାର ଅପରାହ୍ନ ସାଢେ୩ଟାରେ ମାଈ ହାତୀ ପ୍ରେମାର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାକୁ ୬୮ବର୍ଷ ହୋଇଥିଲା ।ପ୍ରେମାର ମୃତ୍ୟୁ ପରେ ନନ୍ଦନକାନନରେ ହାତୀ ସଂଖ୍ୟା ୩କୁ ଖସି ଆସିଛି ।ବାସନ୍ତୀ ,ହୀରା ଓ ମାମା ରହିଛନ୍ତି । ପ୍ରେମାର ବୟସ ଅଧିକ ହୋଇ ଯାଇଥିବାରୁ ଥିବାରୁ ବାର୍ଦ୍ଧ୍ୟକ୍ୟରେ ପୀଡିତ ହୋଇ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲା ।ତେଣୁ ବାର୍ଦ୍ଧ୍ୟକ୍ୟ କାରଣରୁ ସ୍ୱାଭାବିକ ଭାବରେ ତାର ଗୋଡରେ ଘା’ ହେଉଥିଲା ।ପ୍ରାୟ ସମୟରେ ଘା’ ଶୁଖୁନଥିବାରୁ ପ୍ରାୟ ସମୟରେ ଅସୁସ୍ଥ ମଧ୍ୟ ରହୁଥିଲା ।ବାର୍ଦ୍ଧ୍ୟକ୍ୟରେ ପୀଡିତ ହୋଇ ଦାନ୍ତ ନଥବାରୁ ଅନେକ ସମୟରେ ଖାଦ୍ୟ ଠିକ ଭାବରେ ହଜମ କରି ପାରୁନଥିଲା । ସେ କିଛି ଦିନ ଅସୁସ୍ଥ ହୋଇ ଶକ୍ତିହୀନ ହେବା ଫଳରେ ଉଠିବାକୁ ସକ୍ଷମ ହୋଇପାରୁ ନଥିଲା । ତେଣୁ ପ୍ରେମାକୁ କ୍ରେନ ମାଧ୍ୟମରେ ତାର ପେଟ ତଳେ ବେଲଟ ବାନ୍ଧି ତାକୁ ଚଟାଣରୁ ଉଠାଇବା ପାଇଁ ପାଇଁ କତୃପକ୍ଷ ପ୍ରୟାସ ଜାରି ରଖିଥିଲେ । ପ୍ରେମା ଅଧିକ ଅସୁସ୍ଥ ହୋଇପଡିଥିବାରୁ ତାକୁ ସୁସ୍ଥ କରିବା ପାଇଁ ବିଶେଷଜ୍ଞ ଦଳ ଓ ନନ୍ଦନକାନନ ଡାକ୍ତର ଟିମଙ୍କ ଦ୍ୱାରା କିଛି ଦିନ ହେବ ତାର ଚିକିତ୍ସା କରିଥିଲେ ମଧ୍ୟ ତାକୁ ବଞ୍ଚାଇ ପାରିନଥିଲେ । ସୂଚନା ଯୋଗ୍ୟ ନନ୍ଦନକାନନରେ ୪ଟି ହାତୀ ରହିଛନ୍ତି ସେମାନଙ୍କ ମଧ୍ୟରୁ ୩ଟି ହାତୀ(ପ୍ରେମା,ହୀରା ଓ ବାସନ୍ତି)ହାତୀ ଶାଳରେ ଥିବା ବେଳେ ଛୁଆ ହାତୀ ମାମା ଡାକ୍ତରଖାନା ପାଖ କେୟାରିଂ ସେଣ୍ଟରରେ ରହୁଥିଲେ । ମାଡ୍ରାସ ଭାଙ୍ଗାଲୁର ଚିଡିଖାଖାନାରୁ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ୧୯୮୫ ମସିହାରେ ପ୍ରେମା ଓ ବାସନ୍ତୀ ଦୁଇଟି ମାଈ ହାତୀ ନନ୍ଦନକାନନକୁ ଅଣାଯାଇଥିଲା । ଆସିବା ବେଳେ ବାସନ୍ତୀକୁ ୨୧ ବର୍ଷ ବୟସ ଓ ପ୍ରେମାକୁ ୩୧ ବର୍ଷ ବୟସ ହୋଇଥିଲା । ତେବେ ଅନ୍ୟ ପଟେ ମାଈ ହାତୀ ହୀରା ୩ମାସର ହୋଇଥିବାବେଳେ ହାତୀ ଗୋଠରୁ ଅଲଗା ହୋଇ ୧୯୯୮ ମସିହା ଡିସେମ୍ବର ୧୬ତାରିଖ ଚନ୍ଦକା ଅଭ୍ୟାରଣ୍ୟ ମୁନସିଙ୍ଗପାଟଣା ଗ୍ରାମରୁ ଉଦ୍ଧାରହୋଇ ନନ୍ଦନକାନନକୁ ଅଣା ଯାଇଥିଲା । ସେହିପରି ଡାକ୍ତରଖାନା ପାଖ କେୟାରିଂ ସେଣ୍ଟର ନିକଟରେ ଥିବା ମାଈ ହାତୀ ମାମା ୫ମାସର ହୋଇଥିବାବେଳେ ୩ନଭେମ୍ବର ୨୦୧୭ରେ ଖୋର୍ଦ୍ଧା ନିରାକାରପୁର ଗ୍ରାମରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଅଣା ଯାଇଥିଲା ।ତାକୁ ଏବେ ବର୍ଷହୋଇଛି । ତେବେ ମୃତ ପ୍ରେମା ନନ୍ଦନକାନନରେ ଦୀର୍ଘ ୩୭ବର୍ଷକାଳ ଜୀବନ ଯାପନ କରିଥିବାବେଳେ ପର୍ଯ୍ୟଟକମାନଙ୍କର ଆକୃଷ୍ଟ କେନ୍ଦ୍ରବିନ୍ଦୁ ପାଲଟିଥିଲା । ଅନ୍ୟ ପକ୍ଷରେ ନନ୍ଦନକାନନରେ ସମସ୍ତଙ୍କ ହାତୀ ମଧ୍ୟରୁ ପ୍ରେମା ଅନ୍ୟତମ ଅଟେ ।ମାହୁନ୍ତ ପ୍ରେମାକୁ ପ୍ରାଣୀ ଉଦ୍ୟାନ ପରିଭ୍ରମଣ କରାଉଥିବାବେଳେ ପର୍ଯ୍ୟଟକମାନେ ପ୍ରେମାକୁ ବେଶ ମଜାନେଇଥାନ୍ତି ।ପରିତାପର ବିଷୟ ପ୍ରେମାର ୩୭ବର୍ଷ ଧରି ସାଥି ବିନା ନିଃସଙ୍ଗ ଜୀବନ କଟାଇଛି ଓ ହାତୀ ମାନେ ୧୩ବର୍ଷରେ ପ୍ରଜନନ କ୍ଷମ ହୋଇଥାନ୍ତି ମାତ୍ର ହାତୀ ଶାଳରେ ଥିବା ଅନ୍ୟ ମାଈ ହାତୀ ହୀରାକୁ ୨୪ ବର୍ଷ ହୋଇଥିଲେ ମଧ୍ୟ ୧୧ବର୍ଷ ଧରି କତୃପକ୍ଷ ତା ପାଇଁ ମଧ୍ୟ ସାଥି ଯୋଗାଡ କରିବାରେ ଅସମର୍ଥ ହୋଇଥିବା ଜଣାପଡିଛି

Related Articles

Leave a Reply

Your email address will not be published.

Back to top button