ନନ୍ଦନକାନନ ସଫାରୀରେ ଚାଲିଲା ଏସି ବସ

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଏସି ବସରେ ବସି ସଫାରୀର ମଜା ନେବେ ପର୍ଯ୍ୟଟକ । ଏହି ସେବା ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପର୍ଯ୍ୟଟକ ପରିଭ୍ରମଣ କରିବା ପାଇଁ ୩ଟି ଏସି ବସ ଚାଲିବାକୁ ଥିଲାବେଳେ ପ୍ରଥମ ଦିନରେ ୨୪ସିଟ ବିଶିଷ୍ଟ ଗୋଟିଏ ଏସି ଚାଲିଥିବା ଦେଖିବାକୁ ମିଳିଛି । ନନ୍ଦନକାନନର ପଛପଟ ୯ ନମ୍ବରଗେଟ ପାଖରେ ନବ ନିର୍ମିତ ନୂତନ ସଫାରୀ ବସ ଷ୍ଟାଣ୍ଡରେ ଟିକେଟ କାଟି ୪ଟି ସଫାରୀରେ ମଜା ନେଇ ପାରିବେ ପର୍ଯ୍ୟଟକ । ୪ଟି ସଫାରୀ ତୃଣ ଭୋଜି, ଭାଲୁ, ବାଘ ଓ ସିଂହ ସଫାରୀକୁ ଏସି ବସରେ ବସି ବୁଲିବାର ସୁଯୋଗ ପାଇବେ ପର୍ଯ୍ୟଟକ ।ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଏସି ବସର ସିଟ ପିଛା ସଫାରୀର ଟିକେଟର ମୂଲ୍ୟ ୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ନନ୍ଦନକାନନରେ ଶୋଭା ବୃଦ୍ଧି ପାଇଁ ପର୍ଯ୍ୟଟକଙ୍କର ସୁବିଧା ପାଇଁ ଏସି ବସ ଚାଲିଥିବା ନେଇ ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ପୂର୍ବରୁ ୩୪ସିଟ ବିଶିଷ୍ଟ ୪ଟି ନନ୍‌ଏସି ବସ ଚାଲୁଥିବାବେଳେ ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ସିଟ ପିଛା ୬୦ଟଙ୍କା ସଫାରୀ ଟିକେଟ ଧାର୍ଯ୍ୟ ରଖାଯାଇଛି ।

Related Articles

Leave a Reply

Your email address will not be published.

Back to top button