ଧାମନଗର ଉପନିର୍ବାଚନ : ଭଦ୍ରକରେ ପହଞ୍ଚିଲେ ସାଧାରଣ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର: ଧାମନଗର (ଏସ୍‌.ସି.) ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପଦ ପାଇଁ ଉପ ନିର୍ବାଚନ ସକାଶେ ନିର୍ବାଚନ ଆୟୋଗ, ଭାରତ ଦ୍ୱାରା ଗତ ୩ ତାରିଖରେ ବିଜ୍ଞପ୍ତି ଘୋଷଣା ପରେ ଆସନ୍ତା ନଭେମ୍ବର ୩ରେ ମତଦାନ ଲାଗି ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ପ୍ରକ୍ରିୟା ଓ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀତା ପୂର୍ବକ ସ୍ୱଚ୍ଛ ଓ ନିରପେକ୍ଷତାର ସହ ଏହି ଉପନିର୍ବାଚନ ସମ୍ପାଦନ ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ନିଯୁକ୍ତ ଆଇ.ଏ.ଏସ୍‌. ଅଧିକାରୀ ନିରଞ୍ଜନ କୁମାର ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଗତକାଲି ୧୩.୧୦.୨୨ ଗୁରୁବାର ସନ୍ଧ୍ୟାରେ ଭଦ୍ରକରେ ପହଞ୍ôଚଛନ୍ତି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏସ.ପି. ଚରଣ ସିଂ ମୀନା ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ । ସେ ମଧ୍ୟ ନିର୍ବାଚନ ପରିଚାଳନା ପ୍ରସ୍ତୁତି ନେଇ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ସହିତ ଆଲୋଚନା କରିଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ନେଇ ସାଧାରଣ ପର୍ଯ୍ୟବେକ୍ଷକଙ୍କ ଯୋଗାଯୋଗ ନମ୍ବର ହେଲା ୭୮୫୪୮୨୬୫୦୯ । ରାଜନୈତିକ ଦଳ ମାନଙ୍କର ପ୍ରାର୍ଥୀ / ପ୍ରାର୍ଥୀନି ବା ସେମାନଙ୍କ ପ୍ରତିନିଧି ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ ସକାଳ ୯ ଘଟିକାରୁ ୧୦ ଘଟିକା ମଧ୍ୟରେ ସାଳନ୍ଦୀ ଇରିଗେସନ୍ ଆଇ.ବି.ରେ ସାକ୍ଷାତ କରିପାରିବେ ବୋଲି ସେ ଜଣାଇଛନ୍ତି ।

Related Articles

Leave a Reply

Your email address will not be published.

Back to top button