ଆଖି ପାଇଁ ଗୋଲାପ ଜଳ

ତ୍ୱଚାକୁ ସୁନ୍ଦର ଓ କୋମଳ ରଖିଥାଏ ଗୋଲାପ ଜଳ । ଏହାକୁ ଟୋନର ଭାବେ ମଧ୍ୟ ବ୍ୟବହାର କରାଯାଏ । ତେବେ ତ୍ୱଚା ବ୍ୟତୀତ ଆଖି ପାଇଁ ମଧ୍ୟ ଉପକାରୀ ଗୋଲାପ ଜଳ । ଏହା ଆଖିକୁ ଲଗାଇବା ଦ୍ୱାରା ଆଖିର ସାଧାରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରେ ।
– ଏହା ଆଖିକୁ ତୁରନ୍ତ ଥଣ୍ଡା ଓ ଆରାମ ପ୍ରଦାନ କରିଥାଏ ।
– ଆଖି ନାଲି ସମସ୍ୟାକୁ ମଧ୍ୟ ଦୂର କରେ ।
– ମୁଖ୍ୟତଃ ଏହା ଆଖି ନାଲି ପଡ଼ିବାକୁ ନିୟନ୍ତ୍ରଣରେ ରଖିଥାଏ ।


– ଆଖି ଆଖ ପାଖରେ ଗୋଲାପ ଜଳ ଲଗାଇଲେ ଏହା ଚକ୍ଷୁର ଚର୍ମକୁ ସୁସ୍ଥ ରଖେ ।
– ଆଖି ତଳ କଳାଦାଗ ଦୂର କରିବାରେ ସାହାଯ୍ୟ କରେ ।
– ଆଖିକୁ ଆରାମ ଦେବା ଲାଗି ଗୋଲାପ ଜଳକୁ ତୁଳାରେ ବୁଡ଼ାଇ ଲଗାଇଲେ ଆରାମ ମିଳେ ।
– ରାତିରେ ଶୋଇବା ପୂର୍ବରୁ ଆଖିରେ କିଛି ବୁନ୍ଦା ଗୋଲାପ ଜଳ ପକାନ୍ତୁ ନାହିଁ । ଏହା ଦ୍ୱାରା ଧୂଳିକଣା ବାହାରିଯାଏ ।

Related Articles

Leave a Reply

Your email address will not be published.

Back to top button