ଦୁଇବର୍ଷ ପରେ ପୁଣି ଗଡ଼ିଲା ‘ପ୍ୟାଲେସ୍ ଅନ୍ ହ୍ୱିଲ୍‌ସ’

ଜୟପୁର: ଦୀର୍ଘ ଦୁଇବର୍ଷ ପରେ ଦେଶର ଅନ୍ୟତମ ବିଳାସପୂର୍ଣ୍ଣ ଟ୍ରେନ୍ ‘ପ୍ୟାଲେସ ଅଫ୍ ହ୍ୱିଲ୍‌ସ’ ପୁଣି ଚଳାଚଳ ଆରମ୍ଭ କରିଛି । ଶନିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗାନ୍ଧୀନଗର ଷ୍ଟେସନରେ ପତାକା ଦେଖାଇ ଏହି ଟ୍ରେନ୍‌ର ଶୁଭାରମ୍ଭ କରିଥିଲେ । ପ୍ରାୟ ୪୦ ବର୍ଷ ଧରି ପର୍ଯ୍ୟଟକଙ୍କ ମନପସନ୍ଦ ପାଲଟିଥିବା ଏହି ଟ୍ରେନ୍‌କୁ କୋଭିଡ୍ ଯୋଗୁଁ ବାତିଲ କରାଯାଇଥିଲା । ଭାରତୀୟ ରେଳବାଇ ଓ ରାଜସ୍ଥାନ ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଟ୍ରେନ୍ ୧୯୮୨ରୁ ଚଳାଚଳ କରିଆସୁଛି । ୨୩ଟି ବିଳାସପୂର୍ଣ୍ଣ ବଗି ଥିବା ଏହି ଟ୍ରେନ୍‌ରେ ୧୦୪ ଜଣ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥା ରହିଛି । ରାଜବପୁତ ରାଜାଙ୍କ ନାମରେ ପ୍ରତ୍ୟେକ ବଗିର ନାମକରଣ କରାଯାଇଛି । ସୂଚନାଯୋଗ୍ୟ ୭ ଦିନିଆ ପ୍ୟାକେଜ୍‌ରେ ଏହି ଟ୍ରେନ୍ ଦିଲ୍ଲୀରୁ ଯାତ୍ରାରମ୍ଭ କରି ଆଗ୍ରା, ଜୟପୁର, ଯୋଧପୁର, ଉଦୟପୁର, ଚିତ୍ତୋରଗଡ, ଜୟସାଲମେର ଓ ଭରତପୁର ଦେଇ ପୁଣି ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିଥାଏ ।

Related Articles

Leave a Reply

Your email address will not be published.

Back to top button