ସ୍ୱଚ୍ଛତା ସର୍ବେକ୍ଷଣ

ବିଏମ୍‌ସି ସିଟିଜେନ ଫିଡ଼ବେକ ବର୍ଗରେ ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲା ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ବଡ଼ ସଫଳତା। ସ୍ଵଚ୍ଛ ସର୍ବେକ୍ଷେଣ ୨୦୨୨ରେ ବିଏମ୍‌ସି ସିଟିଜେନ ଫିଡ଼ବେକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭବ୍ୟ ସମ୍ବର୍ଦ୍ଧନା ସଭାରେ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ଲୋକଙ୍କ ଠାରୁ ମିଳିଥିବା ତଥ୍ୟ,ସକ୍ରିୟତା ଓ ସହଭାଗିତା ପାଇଁ ବିଏମସିକୁ ଏହି ଉପଲବ୍ଧି ମିଳିଛି। ଜାତୀୟ ସ୍ତରରେ ପୁରସ୍କୃତ ବିଏମସିକୁ ପୁରସ୍କାର ମିଳିବା ପରେ ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେ ଭୁବନେଶ୍ୱରବାସୀଙ୍କୁ ପୁରସ୍କାର ଉତ୍ସର୍ଗ କରିଛନ୍ତି। ସୂଚନାଯୋଗ୍ୟ ବିଭିନ୍ନ କ୍ଷେତ୍ରରେ ବିଏମସି ଅଗ୍ରଗାମୀ କାର୍ଯ୍ୟ ଗ୍ରହଣ କରିଛି ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ,ବସ୍ତି ବିକାଶ,ବିପର୍ଯ୍ୟୟ ପରିଚାଳନା,ସହର ସୌନ୍ଦର୍ଯ୍ୟ କରଣ,ନାଗରିକ ସେବା,ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା,ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା,ଦକ୍ଷ ସହରୀ ଯୋଜନା ଏବଂ ବିକାଶ,ଜଳ ଯୋଗାଣ ସେବା,ସିଟି ବସ୍ ସେବା,ଅନଲାଇନ୍ ସେବା,ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥା କରିଛି। ସର୍ବଦା ଲୋକଙ୍କ ପାଇଁ ବିଏମସି କାର୍ଯ୍ୟ କରିଆସୁଛି। ଏଥି ସହିତ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ମଧ୍ୟ ଜନଶୁଣାଣି କରୁଛି। ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ବରିଷ୍ଠ ନାଗରିକଙ୍କ ସମସ୍ୟା ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ଅଭିଯୋଗ ଶୁଣାଣୀ ସମୟରେ ବିଏମ୍‍ସିର ସମସ୍ତ ଅଧିକାରୀ ଉପସ୍ଥିତ ରହିବା ସହ ଜନତାଙ୍କ ଠାରୁ ଯେଉଁ ଅଭିଯୋଗ ଗ୍ରହଣ କରାଯାଉଛି ତାହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଅତିବେଶିରେ ୪ ଦିନ ସମୟ ନେଉଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button