ସୈନ୍ଧବ ଲବଣର ଔଷଧୀୟ ଗୁଣ

– ଖାଦ୍ୟ ହଜମ କରିବାରେ ସୈନ୍ଧବ ଲୁଣ ସହାୟକ ହୋଇଥାଏ । ଏହି ଲୁଣ ଖାଇବା ଦ୍ୱାରା ପାଚକ ରସ ଅଧିକ କ୍ଷରିତ ହୋଇଥାଏ ।
– ଉଚ୍ଚ ରକ୍ତଚାପ, ମଧୁମେହ ଓ ହୃଦ୍‌ରୋଗୀଙ୍କ ପାଇଁ ସୈନ୍ଧବ ଲବଣ ଉତ୍ତମ ହୋଇଥାଏ । ସାଧାରଣତଃ ଏହି ରୋଗୀଙ୍କ ଲାଗି ଲବଣ ସେବନ ବାରଣ ହୋଇଥିବା ବେଳେ ସୈନ୍ଧବ ଲବଣ ସେମାନଙ୍କଠାରେ ଔଷଧ ଭଳି କାର୍ଯ୍ୟ କରିଥାଏ । ରକ୍ତଚାପ, ଡାଇବେଟିସ୍ ଆଦିକୁ ନିୟନ୍ତ୍ରଣ କରିବାରେ ଏହି ଲୁଣ ସାହାଯ୍ୟ କରେ ।
– ରକ୍ତ ବିକାର ରୋଗୀଙ୍କ ସ୍ୱାସ୍ଥପକ୍ଷେ ସୈନ୍ଧବ ଲୁଣ ହିତକର ।

– ପିତ୍ତନାଶକ ଭାବେ ଏହି ଲୁଣ ବ୍ୟବହାର ହୋଇଥାଏ ।
– ଦୃଷ୍ଟି ଶକ୍ତି ବୃଦ୍ଧି ତଥା ଆଖି ପାଇଁ ସୈନ୍ଧବ ଲୁଣ ଉପକାରୀ ।
– କୃମିନାଶକ ଭାବେ ସୈନ୍ଧବ ବ୍ୟବହୃତ ହୋଇଥାଏ ।
– ଥାଇରଏଡ୍ ରୋଗରେ ପୀଡ଼ିତ ଥିଲେ ସୈନ୍ଧବ ଲୁଣ ଖାଆନ୍ତୁ । କିଛି ଦିନ ମଧ୍ୟରେ ଥାଇରଏଡ୍ ସମସ୍ୟାରୁ ମୁକ୍ତି ପାଇବେ ।

Related Articles

Leave a Reply

Your email address will not be published.

Back to top button