ଠକିବାର ନୂଆ ଫଣ୍ଡା ଆପଣାଇଲା ବାସୁଦେବ ପଣ୍ଡା

କେନ୍ଦ୍ରାପଡ଼ା -24.08: ଚିତା ଚୈତନ ଲଗାଇ ପୂଜକ ବେଶରେ ବାସୁଦେବ ପଣ୍ଡା! ତାଙ୍କୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହିତ ଫେକ୍‌ ଫଟୋରେ ଦେଖିବାକୁ ମିଳୁଛି। ଆଉ କେତେବେଳେ ତାଙ୍କୁ ସେନା ଅଧିକାରୀଙ୍କ ସହିତ ଫଟୋରେ ଦେଖିବାକୁ ମିଳୁଛି। ଅତି ଚତୁରତାର ସହିତ ଫଟୋ ଏଡିଟ୍‌ କରି ନିଜକୁ ଫ୍ରେମ୍‌ରେ ରଖିଛନ୍ତି ବାସୁଦେବ। ପରବର୍ତ୍ତୀ ସମୟରେ ସେହି ଫଟୋ ଦେଖାଇ ସ୍ପଷ୍ଟ ଦିବାଲୋକରେ ଠକୁଥିଲେ। କାହାକୁ ଭଲ ଡାକ୍ତରକୁ ଦେଖାଇବାକୁ କହି ତ ଆଉ କାହାକୁ ସେନାରେ ଚାକିରି କରାଇଦେବାକୁ କହି, ଏମିତି କେତେ କ’ଣ ପ୍ରତିଶ୍ରୁତି ଦେଇ ବାସୁଦେବ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏପରି ୪୨୦ ଠକଙ୍କୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।

Related Articles

Leave a Reply

Your email address will not be published.

Back to top button