କାଫେରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୩ ଗିରଫ, ୨ ଫେରାର

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ନିଜ କର୍ମକ୍ଷେତ୍ରରେ ମଧ୍ୟ ମହିଳା ସୁରକ୍ଷିତ ନୁହନ୍ତି। ପୂର୍ବ ଦିଲ୍ଲୀର ପ୍ରୀତ ବିହାରସ୍ଥିତ ଏକ କଫି ଗୃହରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ଚର୍ଯ୍ୟର କଥା, ଏହି ଘଟଣାରେ ଯୁବତୀଙ୍କ ନିଜ ସହକର୍ମୀମାନେ ସାମିଲ ଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଦିଲ୍ଲୀ ପୁଲିସ ତଦନ୍ତ ଜୋରଦାର କରିଛି। ପୁଲିସର ସୂଚନା ଅନୁଯାୟୀ, ଏହି ମାମଲାରେ ଦୁଇ ମହିଳାଙ୍କ ସମେତ ମୋଟ୍‌ ତିନି ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସର ଏକାଧିକ ଦଳ ତନାଘନା ଜାରି ରଖିଛନ୍ତି। ସୂଚନା ମୁତାବକ, ପୀଡ଼ିତା ଯୁବତୀ ଜଣକ ଏକ କଫି ଗୃହରେ କାମ କରୁଥିଲେ। ସୋମବାର ରାତିରେ ସେ ନିଜ ସହକର୍ମୀମାନଙ୍କ ସହ ପ୍ରୀତ ବିହାରର ସୁଲତାନତ କାଫେରେ ଆୟୋଜିତ ଏକ ଭୋଜିରେ ଯୋଗ ଦେଇଥିଲେ। କଫି ଗୃହ ବନ୍ଦ ହେବା ପରେ ମଧ୍ୟ କିଛି ପୁରୁଷ ସହକର୍ମୀ ସେଠାରେ ରହି ନାଚଗୀତ ଜାରି ରଖିଥିଲେ। କଫି ଗୃହର ଚାବି ସେମାନଙ୍କ ପାଖରେ ଥିବାରୁ ସେମାନେ ଭିତରେ ରହିଥିଲେ। ଶେଷରେ ଭୋର ପ୍ରାୟ ସାଢ଼େ ୩ଟାରେ ସେମାନେ ସେଠାରୁ ବାହାରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button