ନୟାପଲ୍ଲୀରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା: ୨ମୃତ, ୨ ଗୁରୁତର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ସକାଳୁ ସକାଳୁ ରକ୍ତରଞ୍ଜିତ ହୋଇଛି ରାଜପଥ। ବ୍ୟସ୍ତବହୁଳ ନୟାପଲ୍ଲୀ ଅଞ୍ଚଳରେ ଏକ ଛାତିଥରା ସିରିଜ୍ ଦୁର୍ଘଟଣା ଘଟିଯାଇଛି। ଏକ ଦ୍ରୁତଗାମୀ ଯାତ୍ରୀବାହୀ ବସ୍ ହଠାତ୍ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଲୋକଙ୍କ ସହ ଏକ କାରକୁ ସୋଜୋରରେ ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ନିର୍ମମ ମୃତ୍ୟୁ ଘଟିଛି। ଏହି ଅଘଟଣରେ ଅନ୍ୟ ଦୁଇ ଜଣ ଅତ୍ୟନ୍ତ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଅତ୍ୟାଧିକ ଦ୍ରୁତ ଗତିରେ ଆସୁଥିବା ବେଳେ ହଠାତ୍ ଚାଳକ ଭାରସାମ୍ୟ ହରାଇ ବସିଥିଲେ। ଅନିୟନ୍ତ୍ରିତ ବସ୍‌ଟି ପ୍ରଥମେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ପଦଚାରୀଙ୍କୁ ରଡ଼ି ଦେଇ ଏକ କାର୍‌ ସହ ମୁହାଁମୁହିଁ ପିଟି ହୋଇଯାଇଥିଲା। ଏହି ଅଚାନକ ଆକ୍ରମଣ ସଦୃଶ ଦୁର୍ଘଟଣାରେ ଅସହାୟ ଲୋକମାନେ ଛଟପଟ ହୋଇ ରାସ୍ତା ଉପରେ ପଡ଼ିରହିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ପୋଲିସ ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କର ଜରୁରୀକାଳୀନ ଚିକିତ୍ସା ଜାରି ରହିଛି। ପୋଲିସ ଘଟଣାର ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button