ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଶାସକ୍ତ ସ୍ୱାମୀ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାରେ ଏକ ଅତ୍ୟନ୍ତ ଅଭାବନୀୟ ଓ ସଂଘାତିକ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ କଳିଗୋଳ ଓ ଖାଇବାକୁ ନଦେବା କାରଣରୁ ନିଶାସକ୍ତ ସ୍ୱାମୀ ନିଜ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କୁଶକଳା କାଳିଆଡ଼ିହି ସାହିର ଗଲୁ ମୁଣ୍ଡା ଗତ ମଙ୍ଗଳବାର ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ କାମରୁ ଘରକୁ ଫେରି ସ୍ତ୍ରୀ ମେଂଜତି ମୁଣ୍ଡାଙ୍କୁ ଖାଇବାକୁ ମାଗିଥିଲେ। ସେହି ସମୟରେ ସ୍ତ୍ରୀ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଗଲୁ ମୁଣ୍ଡା ନିଜ ସ୍ତ୍ରୀଙ୍କୁ ସଙ୍ଘାତିକ ଭାବେ ପିଟି ପିଟି ମାରିଦେଇଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ସ୍ୱାମୀ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଘଟଣାର ଚାରି ଦିନ ପରେ ଅର୍ଥାତ୍ ଆଜି ମୃତକଙ୍କ ପୁଅ ଏ ନେଇ ନୟାକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ୱାମୀ ଗଲୁ ମୁଣ୍ଡାକୁ ଅଟକ ରଖି ପଚରାଉଚୁରା ଓ ଅଧିକ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button