ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ରାଜନଗର ପେଣ୍ଠ ସମୁଦ୍ର କୂଳରେ ଧସିଲା ୨୦୦ ଫୁଟ ପଥର ବନ୍ଧ

ଭୁବନେଶ୍ବର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ପେଣ୍ଠ ସମୁଦ୍ର କୂଳ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ କୂଳରେ ନିର୍ମାଣ ହୋଇଥିବା ପ୍ରାୟ ୨୦୦ ଫୁଟ୍ ଲମ୍ବା ଲୁଣା ଘେରି ବନ୍ଧ (ପଥର ବନ୍ଧ) ଧସିଯାଇଛି। ଏହାଫଳରେ ସେଠାରେ ଥିବା ଜିଓ ଟିଉବ୍  ଗୁଡ଼ିକ ମଧ୍ୟ ଗମ୍ଭୀର ବିପଦରେ ପଡ଼ିଛନ୍ତି। ସମୁଦ୍ରର କାଳଜୁଆର ଓ ଭୟାବହ ରୂପରୁ ସ୍ଥାନୀୟ ଅଞ୍ଚଳକୁ ରକ୍ଷା କରିବା ପାଇଁ ଏହି ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇଥିଲା। ଏତେ ठାଏ ଲମ୍ବର ବନ୍ଧ ହଠାତ୍ ଧସି ଯାଇଥିବାରୁ ଏବେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆଗକୁ ବାତ୍ୟା ର ପ୍ରକୋପ ଆହୁରି ବଢ଼ିବାର ଆଶଙ୍କା ରହିଥିବାରୁ, ବନ୍ଧର ସୁରକ୍ଷା ଏବଂ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମୁଦ୍ର କୂଳର ଏଭଳି ସୁରକ୍ଷା ପ୍ରାଚୀର ଏତେ ଶୀଘ୍ର ଧସିଯିବା ପରେ ଜଳ ସମ୍ପଦ ବିଭାଗର କାର୍ଯ୍ୟଦକ୍ଷତା ଓ ନିର୍ମାଣର ମାନକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

Related Articles

Leave a Reply

Your email address will not be published. Required fields are marked *

Back to top button