କାଶୀ ବିଶ୍ୱନାଥ ମନ୍ଦିରର ସ୍ୱର୍ଣ୍ଣ ଶିଖରରୁ ସୁନା ଚୋରି ଅଭିଯୋଗ

 ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପରେ ଏବେ ଉତ୍ତରପ୍ରଦେଶର ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରରୁ ସୁନା ଚୋରି ହୋଇଥିବା ନେଇ ଏକ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି। ମନ୍ଦିରର ସ୍ୱର୍ଣ୍ଣ ଶିଖର ତଥା ଉତ୍ତର ଦ୍ୱାର ସଂଲଗ୍ନ ଅଞ୍ଚଳରୁ ସୁନା ଗାଏବ ହୋଇଥିବା ଅଭିଯୋଗ ହେବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ କଡ଼ା ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅନ୍ତରୀଣ ତଦନ୍ତ ଆରମ୍ଭ ହୋଇଛି। ବାରାଣସୀର ତେଲିଆବାଗ ଅଞ୍ଚଳର ବାସିନ୍ଦା ତଥା ଆଇନଜୀବୀ ନିତ୍ୟାନନ୍ଦ ରାୟ ଗତ ସେପ୍ଟେମ୍ବର ୨୯ ତାରିଖରେ ମଣ୍ଡଳାୟୁକ୍ତଙ୍କ ସମେତ ପିଏମ୍ଓ ଏବଂ ସିଏମ୍ଓକୁ ଏକ ଲିଖିତ ଅଭିଯୋଗ ପଠାଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ, କାଶୀ ବିଶ୍ୱନାଥ ମନ୍ଦିରର ଉତ୍ତର ଦ୍ୱାର ଠିକ୍ ଉପରେ ଥିବା ଦୁଇଟି ସ୍ଥାନରୁ ସୁନା କଳସ ଗାଏବ ହୋଇଯାଇଛି। ଏନେଇ ପୂର୍ବରୁ ମନ୍ଦିର ପ୍ରଶାସନ ନିକଟରୁ ସୂଚନା ମଗାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ମନ୍ଦିରର ଅଧିକାରିକ ୱେବସାଇଟ୍ରେ ମଧ୍ୟ ସୁନା ହଟାଯିବା ସମ୍ପର୍କରେ କୌଣସି ସୂଚନା ନଥିବା ସେ ଦର୍ଶାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button