ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟପଦ୍ଧତିକୁ ନେଇ ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ଜୋର୍ ଧରିଛି। ‘ଇଣ୍ଡିଆ’ ମେଣ୍ଟର ପଦଯାତ୍ରା ପୂର୍ବରୁ ଗଣମାଧ୍ୟମକୁ ସମ୍ବୋଧନ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦିଲ୍ଲୀରେ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇ ସହରକୁ ଏକ ଜେଲରେ ପରିଣତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକାରେ ଗଡ଼ବଡ଼ ଅଭିଯୋଗ ଆଣି ବିରୋଧୀମାନେ ଶୀଘ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଭୋଟର ତାଲିକା ଏବଂ କଥିତ ଭୋଟ୍ ଚୋରିକୁ ନେଇ ଦିଲ୍ଲୀରେ ଗତ କିଛି ଦିନ ହେବ କ୍ରମାଗତ ଭାବେ ବିରୋଧ ପ୍ରଦର୍ଶନ କରାଯାଉଛି। ନିର୍ବାଚନ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି। ଆନ୍ଦୋଳନକୁ ଦମନ କରିବା ପାଇଁ ଦିଲ୍ଲୀରେ ପ୍ରାୟ ୨୦,୦୦୦ରୁ ୩୦,୦୦୦ ପୋଲିସ କର୍ମଚାରୀ ମୁତୟନ କରାଯିବା ସହ ଅନ୍ୟ ସହରରୁ ଆସୁଥିବା ଲୋକଙ୍କୁ ବାଟରେ ଅଟକା ଯାଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button