ପାର୍ବଣ ପୂର୍ବରୁ ଡିସିପିଙ୍କ ଚେତାବନୀ, ବଟି ମାଗିଲେ ୧୧୨ ନମ୍ବରରେ ଜଣାଇବାକୁ ଆହ୍ୱାନ

ଭୁବନେଶ୍ବର: ଆଗାମୀ ପାର୍ବଣ ଋତୁକୁ ଶାନ୍ତିଶୃଙ୍ଖଳା ଓ ଭୟମୁକ୍ତ ପରିବେଶ ମଧ୍ୟରେ ସମ୍ପାଦନ କରିବା ପାଇଁ କଟକ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ପୂଜା ପାର୍ବଣ ସମୟରେ କଟକ ସହରରେ ବେଆଇନ ଓ ଜୋରଜବରଦସ୍ତ ଚାନ୍ଦା ଆଦାୟକୁ ରୋକିବା ପାଇଁ କଟକ ପୋଲିସ କମିଶନରେଟ୍‌ର ଡିପୁଟି କମିଶନର ଅଫ୍ ପୋଲିସ (ଡିସିପି) ସହରବାସୀ ଓ ବ୍ୟବସାୟୀମାନଙ୍କୁ ସଚେତନ କରିବା ସହ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଡ଼ା ଚେତାବନୀ ଜାରି କରିଛନ୍ତି। ସହରର କୌଣସି ସ୍ଥାନରେ ଯଦି କେହି ବଳପୂର୍ବକ ଚାନ୍ଦା ଆଦାୟ କରନ୍ତି କିମ୍ବା ଚାନ୍ଦା ଆଳରେ ବଟି ମାଗି ହଇରାଣ ହରକତ କରନ୍ତି, ତେବେ ତୁରନ୍ତ ଜରୁରୀକାଳୀନ ସେବା ନମ୍ବର ୧୧୨କୁ କଲ୍ କରି ପୋଲିସକୁ ସୂଚନା ଦେବା ପାଇଁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି। ଅଭିଯୋଗ ପାଇବା କ୍ଷଣି ପୋଲିସର ସ୍ୱତନ୍ତ୍ର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଡିସିପି ସୂଚନା ଦେଇଛନ୍ତି। ଚାନ୍ଦା ଆଦାୟ ନାମରେ ରଙ୍ଗଦାରୀ କିମ୍ବା ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯିବ। ସହରର ବ୍ୟବସାୟିକ ପରିବେଶକୁ ସୁରକ୍ଷିତ ରଖିବା ଏବଂ ନାଗରିକମାନଙ୍କୁ ଭୟମୁକ୍ତ ଭାବେ ଉତ୍ସବ ପାଳନ କରିବାର ସୁଯୋଗ ଦେବା ପାଇଁ ପୋଲିସ ପକ୍ଷରୁ ସହରସାରା କଡ଼ା ପାଟ୍ରୋଲିଂ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନଜର ରଖାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button