ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ଆଜି ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କା ମୂଲ୍ୟର ଚାରୋଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି:

୧. ଖଡ଼ଗପୁର – ଭଦ୍ରକ (ରାଣୀତାଲ) ଚତୁର୍ଥ ଲାଇନ – ୧୭୩ କିଲୋମିଟର (ପଶ୍ଚିମବଙ୍ଗ ଏବଂ ଓଡିଶା)

୨.   ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନ – ୭୫ କିଲୋମିଟର (ଓଡିଶା)

୩. ଗୁମ୍ମିଡିପୁଣ୍ଡି – ଗୁଡୁର ତୃତୀୟ ଏବଂ ଚତୁର୍ଥ ଲାଇନ୍ – ୯୦ କିଲୋମିଟର (ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ)

୪. କଟକ – ପାରାଦୀପ (ବଡ଼ବନ୍ଧ) ତୃତୀୟ ଏବଂ ଚତୁର୍ଥ ଲାଇନ୍ – ୭୨ କିଲୋମିଟର (ଓଡିଶା)

ବର୍ଦ୍ଧିତ ରେଳ ଲାଇନ କ୍ଷମତା ଟ୍ରାଫିକ ପ୍ରବାହରେ ଯଥେଷ୍ଟ ସୁଧାର ଆଣିବ। ଏହାଫଳରେ ଭାରତୀୟ ରେଳବାଇର କାର୍ଯ୍ୟଦକ୍ଷତା ଏବଂ ସେବା ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ରେଳଲାଇନ ସମ୍ପ୍ରସାରଣ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ। ଏହାର ଲକ୍ଷ୍ୟ ହେଉଛି, ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବ୍ୟାପକ ବିକାଶ ମାଧ୍ୟମରେ ସେଠାକାର ଲୋକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଯାହାଦ୍ୱାରା ସେମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି/ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନର ଅଂଶବିଶେଷ, ଯାହାର ଲକ୍ଷ୍ୟ ହେଉଛି ସମନ୍ୱିତ ଯୋଜନା ପ୍ରସ୍ତୁତି ଏବଂ ଅଂଶୀଦାରଙ୍କ ପରାମର୍ଶ ମାଧ୍ୟମରେ ବହୁମୁଖି ଯୋଗାଯୋଗ ଓ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା। ଏହି ପ୍ରକଳ୍ପଗୁଡ଼ିକ ସାଧାରଣ ଯାତ୍ରୀ, ସାମଗ୍ରୀ ଏବଂ ସେବାର ସୁଗମ ପରିବହନ ସୁନିଶ୍ଚିତ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button