ନବନିର୍ବାଚିତ ଉପରାଷ୍ଟ୍ରପତି ଧନ୍‌ଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର ଓ ସସ୍ମିତ ପାତ୍ର ନବନିର୍ବାଚିତ ଉପରାଷ୍ଟ୍ରପତି ଜଗ୍‌ଦୀପ ଧନ୍‌ଖଡ଼ଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ମଧ୍ୟ ଖୁସି ବ୍ୟକ୍ତ କରିଥିଲେ ଏବଂ ସାଂସଦ ଦ୍ୱୟଙ୍କ ସହ ବସି ଓଡ଼ିଶା ପାଇଁ ଯାହା କିଛି ସହଯୋଗ ଦରକାର ତାହା କରିବେ ବୋଲି ପ୍ରକାଶ କରିଛନ୍ତି ।
ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ କାର୍ଯ୍ୟଭାର ତୁଲାଇଥିବା ଧନ୍‌ଖଡ଼ ସର୍ବାଧିକ ବ୍ୟବଧାନରେ ବିଜୟୀ ହୋଇଥିଲେ । ୧୯୯୭ରୁ ଦେଶରେ ହୋଇଥିବା ୬ଟି ଉପରାଷ୍ଟ୍ରପତି ନିର୍ବାଚନରେ ଏତେ ସଂଖ୍ୟକ ଭୋଟ୍ କେହି ପାଇ ନଥିଲେ । ଧନଖଡ଼୍ ଭୋଟ୍ ହାର ଥିଲା ୯୨.୯୪% । ଗତ ୬ ରେ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଧଡନଖଡ଼ ମୋଟ୍ ୭୮୦ ସାଂସଦଙ୍କ ମଧ୍ୟରୁ ୫୨୮ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମାର୍ଗରେଟ୍ ଆଲଭା ପାଇଥିଲେ ୧୮୨ ଭୋଟ୍ । ୧୫ ଭୋଟ୍ ନାକଚ ହୋଇଥିଲା । ସେ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହୋଇଛନ୍ତି ।

Related Articles

Leave a Reply

Your email address will not be published.

Back to top button