NEET-UG ପେପର ଲିକ୍ ମାମଲା: ୧୩ ଅଭିଯୁକ୍ତଙ୍କ ବିରୋଧରେ CBIର ଚାର୍ଜସିଟ୍

ନୂଆଦିଲ୍ଲୀ: NEET-UG ପେପର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ନୂଆଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। CBIର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ୧୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏହି ଅଭିଯୋଗପତ୍ର କୋର୍ଟରେ ଉପସ୍ଥାପନ କରାଯାଇଛି। ପରବର୍ତ୍ତୀ ଶୁଣାଣି ପାଇଁ ଏହି ମାମଲାକୁ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟକୁ ହସ୍ତାନ୍ତର କରାଯିବ। ବର୍ତ୍ତମାନ ସମସ୍ତ ୧୩ ଜଣ ଅଭିଯୁକ୍ତ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ମାମଲାରେ ସରକାରୀ ଓକିଲ ଭାବେ ଅର୍ଜୁନ ଆନନ୍ଦଙ୍କୁ ନିଯୁକ୍ତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ବିଭିନ୍ନ ଧାରା ସହ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଏବଂ ସାର୍ବଜନୀନ ପରୀକ୍ଷା ଆଇନ, ୨୦୨୪ ଅଧୀନରେ କଠୋର ଦଫା ଲଗାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button