ଭିଜିଲାନ୍ସ ଜାଲରେ ମହିଳା ଆରଆଇସାଇ ଦର୍ଶିନୀ ଲେଙ୍କା

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ମହିଳା ଆର୍‌ ଆଇ (ରାଜସ୍ୱ ନିରୀକ୍ଷକ) ସାଇ ଦର୍ଶିନୀ ଲେଙ୍କା। ଜମି ମିଉଟେସନ ପାଇଁ ଲାଞ୍ଚ ନେଉଥିବାବେଳେ ମାଡ଼ିବସିଲା ଭିଜିଲାନ୍ସ l ଜମି ମିଉଟେସନ ପାଇଁ ଲାଞ୍ଚ ମାଗୁଥିଲେ ସାଇଦର୍ଶିନୀ ଲେଙ୍କା।। ସେ ଛଅ ହଜାର ଟଙ୍କା ଦେବାକୁ ଅଭିଯୋଗକାରୀଙ୍କୁ କହୁଥିଲେ। ଆଜି ୫୫୦୦ ଟଙ୍କା ଲାଞ୍ଚନେଉଥିବା ବେଳେ ଛକି ଥିଲା କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍। ତାଙ୍କଠାରୁ ସବୁ ଟଙ୍କା ଜବତ କରାଯାଇଛି। କାଉପଦା ରାଜସ୍ୱ ନିରୀକ୍ଷକ ସାଇଦର୍ଶିନୀ ଲେଙ୍କା ଜମି ମିଉଟେସନ ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ସ୍ଥାନୀୟ ବ୍ୟକ୍ତି। ଡେରାବିଶ ତହସିଲ୍ ଅଧୀନ କାଉପଦା ରାଜସ୍ୱ ନିରୀକ୍ଷକ ସାଇ ଦର୍ଶିନୀ ଲେଙ୍କାଙ୍କୁ ଉଠାଇନେଲା ଭିଜିଲାନ୍ସ ଟିମ । ଏହାପରେ ଗରାପୁର ସ୍ଥିତ ତାଙ୍କ ଭଡ଼ାଘର ସହ ଅନ୍ୟ ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏହି ଘଟଣା ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button