ତ୍ରିପୁରା ଡିଜିପି ଅନୁରାଗ ଧନକରଙ୍କ ସନ୍ଦେହଜନକ ମୃତ୍ୟୁ; ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ତ୍ରିପୁରା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅନୁରାଗ ଧନକରଙ୍କ ଅଫିସ କ୍ୟାବିନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୋମବାର ସେ ନିଜ କାର୍ଯ୍ୟାଳୟରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ପରେ ତାଙ୍କୁ ତୁରନ୍ତ ଅଗରତାଲାସ୍ଥିତ ଜିବିପି ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜ୍ୟର ଶୀର୍ଷ ପୋଲିସ ଅଧିକାରୀଙ୍କ ଏପରି ଆକସ୍ମିକ ମୃତ୍ୟୁ ପ୍ରଶାସନିକ ଓ ପୋଲିସ ମହଲକୁ ସ୍ତବ୍ଧ କରିଦେଇଛି। ଖବର ପାଇ ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ୧୯୯୪ ବ୍ୟାଚ୍‌ର ତ୍ରିପୁରା କ୍ୟାଡର୍ ଆଇପିଏସ୍  ଅଧିକାରୀ ଅନୁରାଗ ଧନକର ମେ ୨୦୨୫ରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button