କେନ୍ଦ୍ର ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍
ପୁଣି ବନ୍ଦ ହେଲା ୮ ୟୁଟ୍ୟୁବ୍ ଚ୍ୟାନେଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ମିଥ୍ୟା ଖବରର ପ୍ରଚାର ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଲଗାତାର ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଲିଛି। ସୂଚନା ମୁତାବକ, ସରକାର ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ ସମ୍ବନ୍ଧ ଏବଂ ସାର୍ବଜନିକ ବ୍ୟବସ୍ଥା ସମ୍ବନ୍ଧୀୟ ଦୁଷ୍ପ୍ରଚାର କରିବା ଅଭିଯୋଗରେ ୮ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସୂଚନା ଅନୁସାରେ, ୭ ଭାରତୀୟ ଏବଂ ୧ ପାକିସ୍ତାନୀ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲକୁ ଆଇଟି ନିୟମ, ୨୦୨୧ ଅଧୀନରେ ବ୍ଲକ କରାଯାଇଛି। ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ୧୧୪ କୋଟିରୁ ଅଧିକ ଥର ଦେଖାଯାଇ ସାରିଥିଲା। ଏହା ବ୍ୟତୀତ ଏମାନଙ୍କର ୮୫ ଲକ୍ଷ ୭୩ ହଜାର ସବ୍ସକ୍ରାଇବର ଥିଲେ। ଏହି ଚ୍ୟାନେଲଗୁଡ଼ିକରେ ଭାରତ ବିରୋଧୀ ମିଥ୍ୟା ଖବର ପ୍ରସାରଣ କରାଯାଉଥିଲା।