ବର୍ଷାରେ ବେହାଲ ବଡ଼ଦାଣ୍ଡ

ଭୁବନେଶ୍ବର: ପବିତ୍ର ରଥଯାତ୍ରା ସମୟରେ ପୁରୀରେ ଲଗାଣ ବର୍ଷା ଯୋଗୁଁ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ବାହାରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବର୍ଷା ବିପର୍ଯ୍ୟୟ ସତ୍ତ୍ୱେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉତ୍ସାହ ଓ ଆସ୍ଥାରେ କୌଣସି କମି ଦେଖିବାକୁ ମିଳିନାହିଁ। ଲଗାତାର ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ଉପରେ ଚାପ ପଡ଼ିଥିବାରୁ ପୁରୀ ପୌରପାଳିକା ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ବଡ଼ଦାଣ୍ଡରୁ ଜଳ ନିଷ୍କାସନ ପାଇଁ ୧୫୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହ ୧୫ରୁ ଅଧିକ ଅତ୍ୟାଧୁନିକ ହାଇ-କ୍ୟାପାସିଟି ପମ୍ପ ଲଗାଯାଇଛି। ରଥଯାତ୍ରା ସମୟରେ ଭକ୍ତମାନେ ଯେପରି ସୁରକ୍ଷିତ ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୌର ପ୍ରଶାସନ ଦିନରାତି କାମ କରୁଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button