୨୮ ବର୍ଷ ପରେ ପୁଲିସ ଜାଲରେ ହତ୍ୟାକାଣ୍ଡର ଫେରାର ଅଭିଯୁକ୍ତ: ପରିଚୟ ବଦଳାଇ ଛତିଶଗଡ଼ରେ ଲୁଚିଥିଲା

ଭୁବନେଶ୍ବର: ପ୍ରାୟ ତିନି ଦଶନ୍ଧି ଧରି ପୁଲିସ ଆଖିରେ ଧୂଳି ଦେଇ ଶେଷରେ ଜାଲରେ ପଡ଼ିଛି ହତ୍ୟା ମାମଲାର ମୁଖ୍ୟ ଫେରାର ଅଭିଯୁକ୍ତ। ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ପୁଲିସ ଦୀର୍ଘ ୨୮ ବର୍ଷ ପରେ ଭୃନ୍ଦୁପାଲି ଗାଁର ନୀଳମଣି ମହାନନ୍ଦଙ୍କୁ ଗିରଫ କରିବାରେ ସଫଳ ହୋଇଛି। ୧୯୯୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ଯ୍ୟୋଧନ ଦୀପଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ନୀଳମଣି ଏବଂ ତାଙ୍କର ଦୁଇ ସହଯୋଗୀ ମିଶି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଏକ ଅଖାରେ ଭରି କେଲୋ ନଦୀରେ ଫିଙ୍ଗି ଦେଇଥିଲେ। ହତ୍ୟାକାଣ୍ଡ ପରେ ପୁଲିସ ନୀଳମଣିଙ୍କୁ ଗିରଫ କରିଥିଲେ ହେଁ, ସେ ଚତୁରତାର ସହ ଥାନାରୁ ଚକମା ଦେଇ ଫେରାର ହୋଇଯାଇଥିଲା। ଏହା ପରେ ସେ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଥିଲା। ଶେଷରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟଗଡ଼ରେ ନିଜର ପରିଚୟ ବଦଳାଇ ‘ରାଜୁ ଗଣ୍ଡା’ ନାମରେ ରହୁଥିଲା। ଏପରିକି ସେ ସେଠାରେ ସେହି ନକଲି ନାମରେ ଆଧାର ଏବଂ ପ୍ୟାନ୍ କାର୍ଡ ମଧ୍ୟ ପ୍ରସ୍ତୁତ କରି ସାରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button