ଟିଏମସି ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ତିନୋଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌

ନୂଆଦିଲ୍ଲୀ: ପାଣ୍ଠି ଅପବ୍ୟବହାର ଓ ବେଆଇନ ଆର୍ଥିକ କାରବାର ଅଭିଯୋଗରେ ତୃଣମୂଳ କଂଗ୍ରେସ (TMC) ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁସାରେ ବୁଧବାର ଦଳର ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି। ଏହି ଆକାଉଣ୍ଟଗୁଡ଼ିକରେ ମୋଟ ୪୪୦.୪୨ କୋଟି ଟଙ୍କା ଜମା ରହିଥିଲା। ତେବେ ଏହି ଘଟଣାକୁ ନେଇ ଟିଏମସି ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ। ଇଡି ପକ୍ଷରୁ ଜାରି ଏକ ବିବୃତ୍ତି ଅନୁଯାୟୀ, ମନି ଲଣ୍ଡରିଂ ନିବାରଣ ଆଇନର ଧାରା 17(1A) ଅନ୍ତର୍ଗତ ଏହି ନିର୍ଦ୍ଦେଶ ଦିଆଯାଇଛି। ଟିଏମସିର ତିନୋଟି HDFC ବ୍ୟାଙ୍କ ଆକାଉଣ୍ଟରେ ଏହି ବିପୁଳ ପରିମାଣର ଅର୍ଥ ଜମା ରହିଛି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଘରୋଇ ବ୍ୟାଙ୍କ ଏହି ଜମା ରାଶିର ରିପୋର୍ଟ ଦାଖଲ କରିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button