ଦୁର୍ଗା ପୂଜା ଅପେକ୍ଷା ରଥଯାତ୍ରାକୁ ମିଳିବ ୫ ଗୁଣ ଅଧିକ ପାଣ୍ଠି: ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଜେପି ସରକାର ପୂଜା ଅନୁଦାନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଦୁର୍ଗା ପୂଜା ଅପେକ୍ଷା ଅଧିକ ପାଣ୍ଠି ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିଷ୍ପତ୍ତି ଅନୁଯାୟୀ, ବଙ୍ଗଳାର ପ୍ରତ୍ୟେକ ମନୋନୀତ ରଥଯାତ୍ରା ଆୟୋଜକ କମିଟିକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଅପରପକ୍ଷରେ, ଗତବର୍ଷ ଦୁର୍ଗା ପୂଜା କମିଟିଗୁଡ଼ିକୁ ୧.୧ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମିଳିଥିବା ବେଳେ ଏଥର କେବଳ ଆବଶ୍ୟକତା ଥିବା କମିଟିକୁ ହିଁ ସହାୟତା ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ନବାନ୍ନ (ରାଜ୍ୟ ସଚିବାଳୟ)ର ପ୍ରାରମ୍ଭିକ ଆକଳନ ଅନୁସାରେ, ଏହି ନୂତନ ଘୋଷଣା ପରେ ରାଜ୍ୟରେ ରଥଯାତ୍ରା ଆୟୋଜକଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ଆସନ୍ତା ଜୁଲାଇ ୧୩ ତାରିଖରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କ ଜରିଆରେ କମିଟିଗୁଡ଼ିକୁ ଏହି ଚେକ୍ ପ୍ରଦାନ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button