OTET ପରୀକ୍ଷା: ୩୧୧ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୯୭ ହଜାରରୁ ଅଧିକ ଆଶାୟୀ

ଭୁବନେଶ୍ୱର: ଦୁଇ ଦୁଇ ଥର ବାତିଲ ହେବା ପରେ ରାଜ୍ୟବ୍ୟାପୀ ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET-2026)। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୯୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ସାମିଲ ହୋଇଛନ୍ତି। ଏଥିରେ ଉଭୟ କାର୍ଯ୍ୟରତ ଏବଂ ନୂତନ ଆଶାୟୀ ଶିକ୍ଷକ-ଶିକ୍ଷୟିତ୍ରୀ ରହିଛନ୍ତି। ରାଜ୍ୟର ମୋଟ ୩୧୧ଟି କେନ୍ଦ୍ରରେ ଦୁଇଟି ସିଟିଂରେ ପରୀକ୍ଷା କରାଯାଉଛି। ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିବା ବେଳେ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।



