ନୀଳଗିରିରେ ଅନାସ୍ଥା ରାଜନୀତି: ଦଳ ବଦଳ ପାଇଁ ୨ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲାରେ ପୁଣି ଥରେ ଅନାସ୍ଥା ରାଜନୀତି ତେଜିବାରେ ଲାଗିଛି। ଦଳ ବଦଳ ଅଭିଯୋଗରେ ନୀଳଗିରିର ୨ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭ୍ୟପଦ ରଦ୍ଦ ହୋଇଛି। ରାଜ୍ୟ ନିର୍ବାଚନ କମିଶନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସଭ୍ୟପଦ ହରାଇଥିବା ଦୁଇ ଜଣ ହେଲେ ନୀଳଗିରି ୧୩ ନମ୍ବର ଜୋନ୍‌ର ଗତିକୃଷ୍ଣ ନନ୍ଦ ଏବଂ ୧୧ ନମ୍ବର ଜୋନ୍‌ର ସୁବର୍ଣ୍ଣା ମଞ୍ଜରୀ ସିଂ। ସୂଚନା ଅନୁଯାୟୀ, ୨୦୨୫ ଜୁନ୍ ୨୯ ତାରିଖରେ ନୀଳଗିରି ଏନଏସି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ଉପସ୍ଥିତିରେ ଏହି ଦୁଇ ସଭ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହି ଦଳବଦଳ ସମ୍ପର୍କରେ ନୀଳଗିରିର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସୁକାନ୍ତ ନାୟକ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଇଥିଲେ। ଏହାପରେ ବିଜେଡି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇ ଦୁହିଁଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ କରାଯାଇଥିଲା। ଆଜି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦ ନିୟମ ‘୩୩-ବି’ ଅନୁଯାୟୀ ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦବୀକୁ ରଦ୍ଦ ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button