ରଜରେ ଭିଜିବ ଓଡ଼ିଶା: ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଚଳିତ ବର୍ଷ ରଜରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଛି। ଫଳରେ ରଜ ମହୋତ୍ସବ ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ପାଗ ମନୋରମ ରହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ ପ୍ରାକ୍-ମୌସୁମୀ ବର୍ଷା ସହ କାଳବୈଶାଖୀର ପ୍ରଭାବ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ସତ୍ତ୍ୱେ ମେଘୁଆ ପାଗ ସହ ବର୍ଷା, ବଜ୍ରପାତ ଓ ଝଡ଼ପବନ ହେଉଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ, କିନ୍ତୁ ଏହାପରେ ପାରଦ ହ୍ରାସ ପାଇବା ସହ ଅସହ୍ୟ ଗରମରୁ ତ୍ରାହି ମିଳିବ। ରଜ ଅବସରରେ ମୌସୁମୀର ଆଗମନ ଚାଷୀକୂଳ ମଧ୍ୟରେ ମଧ୍ୟ ନୂଆ ଆଶା ସଞ୍ଚାର କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button