ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ୫% ହ୍ରାସ; ଜାତୀୟ ସ୍ତରରେ ୩.୧୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ବର୍ଷ ମେ ମାସରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୫ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ମେ ମାସରେ ଓଡ଼ିଶାରୁ ୪,୦୫୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି, ଯାହାକି ୨୦୨୫ ମେ ମାସର ୪,୨୬୪ କୋଟି ଟଙ୍କା ତୁଳନାରେ କମ୍। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ବାଦ୍ ଦେଲେ ଦେଶର ପ୍ରାୟ ସବୁ ପ୍ରମୁଖ ରାଜ୍ୟରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଥିବା ଏହି ରିପୋର୍ଟରୁ ଜଣାପଡ଼ିଛି। ଅପରପକ୍ଷରେ, ଜାତୀୟ ସ୍ତରରେ ମେ ମାସର ଜିଏସ୍‌ଟି ସଂଗ୍ରହ ୩.୧୨ ପ୍ରତିଶତ ବୃଦ୍ଧି ପାଇ ୧.୯୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ବିଶେଷ କରି ଆମଦାନୀ ଶୁଳ୍କରୁ ଟିକସ ସଂଗ୍ରହ ବଢ଼ିଥିବାରୁ ଜାତୀୟ ସ୍ତରରେ ଏହି ସଫଳତା ମିଳିଛି। ଗତ ୨୦୨୫ ମେ ମାସରେ ଦେଶରେ ମୋଟ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ମେ ମାସରେ ମୋଟ ସଂଗୃହିତ ଟିକସ ମଧ୍ୟରେ ୪୭,୩୯৭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି (CGST), ୪୫,୧୪୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି (SGST) ଏବଂ ୫୧,୯୯୦ କୋଟି ଟଙ୍କାର ସମନ୍ୱିତ ଜିଏସ୍‌ଟି (IGST) ସାମିଲ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button