‘ମନ୍ କି ବାତ୍‌’ରେ ଓଡ଼ିଶାର ବେଲପଣା ଓ ସୁବର୍ଣ୍ଣରେଖା ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରସିଦ୍ଧ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍‌’ର ୧୩୪ତମ ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ପାନୀୟ ବେଲପଣା ଏବଂ ସୁବର୍ଣ୍ଣରେଖା ଆମ୍ବର ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶରୀରକୁ ସୁସ୍ଥ ଓ ଥଣ୍ଡା ରଖିବା ପାଇଁ ବେଲପଣା ଭଳି ଦେଶୀୟ ତଥା ପାରମ୍ପରିକ ଥଣ୍ଡା ପାନୀୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ। ଏହା ସହିତ ସେ ଓଡ଼ିଶାର ପ୍ରସିଦ୍ଧ ସୁବର୍ଣ୍ଣରେଖା ଆମ୍ବର ମଧ୍ୟ ଚର୍ଚ୍ଚା କରିଥିଲେ। ସବୁଥର ଭଳି ଏହି ସଂସ୍କରଣରେ ମଧ୍ୟ ପ୍ରଧାନମନ୍ତ୍ରୀ ଦେଶ-ବିଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ସଫଳ ଜନଭାଗିଦାରୀର କାହାଣୀ ଉପସ୍ଥାପନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button