ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ସିଦ୍ଧରମୈୟା

ନୂଆଦିଲ୍ଲୀ : କର୍ଣ୍ଣାଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଆଜି ସକାଳେ ମନ୍ତ୍ରୀମାନଙ୍କ ସହ ଆୟୋଜିତ ଏକ ବ୍ରେକଫାଷ୍ଟ୍‌ ବୈଠକରେ ସେ ନିଜର ଏହି ଆକସ୍ମିକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ସିଦ୍ଧରମୈୟା ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିବେ ଏବଂ ଆନୁଷ୍ଠାନିକ ଭାବେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ। ଏହା ପୂର୍ବରୁ ସେ ତାଙ୍କ ସରକାରୀ ବାସଭବନ ‘କାବେରୀ’ଠାରେ କ୍ୟାବିନେଟ୍ ସହକର୍ମୀମାନଙ୍କ ପାଇଁ ଏକ ଜଳଖିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବଂ ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କ ସମେତ ସରକାରଙ୍କ ଅନେକ ପ୍ରମୁଖ ମନ୍ତ୍ରୀ ଉପସ୍ଥିତ ଥିଲେ। ସେହିଠାରେ ହିଁ ସେ ସମସ୍ତଙ୍କ ସାମ୍ନାରେ ପଦ ଛାଡ଼ିବା ନେଇ ସ୍ପଷ୍ଟ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button