ଅଧିକ ବସ୍ ଭଡ଼ା ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ

ଭୁବନେଶ୍ୱର: ଧାର୍ଯ୍ୟ ଦରଠାରୁ ଅଧିକ ବସ୍ ଭଡ଼ା ଆଦାୟ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବସ୍ ମାଲିକ ଓ କର୍ମଚାରୀଙ୍କୁ ଏଭଳି ଚେତାବନୀ ଦେଇଛନ୍ତି। ତେଲ ଦର ବୃଦ୍ଧି ଆଳରେ କେତେକ ସ୍ଥାନରେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନିଆଯାଉଥିବା ଅଭିଯୋଗ ହେବା ପରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ବସ୍ ଭଡ଼ା ମାତ୍ର ୨ ପ୍ରତିଶତ ବୃଦ୍ଧି କରାଯାଇଛି। କିନ୍ତୁ ଏହାର ସୁଯୋଗ ନେଇ କିଛି ଅସାଧୁ ବସ୍ କର୍ମଚାରୀ ଯାତ୍ରୀଙ୍କୁ ଶୋଷଣ କରୁଥିବା ନଜରକୁ ଆସିଛି, ଯାହା ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଯାତ୍ରୀମାନେ ମଧ୍ୟ ସଚେତନ ରହି ଅଧିକ ଟଙ୍କା ନଦେଇ କେବଳ ସଠିକ୍ ଭଡ଼ା ଦେଇ ଯାତ୍ରା କରିବାକୁ ସେ ଅପିଲ୍ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଡିଜେଲ୍ ଓ ପେଟ୍ରୋଲ୍ ଦର ବୃଦ୍ଧି ପାଉଛି ଏବଂ ଆଗକୁ ଏହା ଆହୁରି ବଢ଼ିବା ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button