ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲେ ଅବଦୁର ରେହେମାନ

ଭୁବନେଶ୍ବର: ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା (AQIS) ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ମୌଲାନା ଅବଦୁର ରେହେମାନଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି କଟକ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ ଏହି ବହୁ ଚର୍ଚ୍ଚିତ ମାମଲାର ଚୂଡ଼ାନ୍ତ ଶୁଣାଣି କରି ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟଙ୍କ ଏହି ରାୟ ପରେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏକ ବଡ଼ ଆଇନଗତ ପ୍ରକ୍ରିୟାର ଅନ୍ତ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ମସିହା ଡିସେମ୍ବର ୧ ତାରିଖରେ କଟକ ସହର ଉପକଣ୍ଠ ପଶ୍ଚିମକଚ୍ଛା ଗାଁରୁ ଅବଦୁର ରେହେମାନଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏବଂ ଓଡ଼ିଶା ପୋଲିସର ଏକ ମିଳିତ ଟିମ୍ ତାଙ୍କୁ ନିଜ ବାସଭବନରୁ କାବୁ କରିଥିଲେ। ତାଙ୍କ ଉପରେ ବିଶ୍ୱସ୍ତରୀୟ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହ ସମ୍ପୃକ୍ତି ଏବଂ ଯୁବକମାନଙ୍କୁ ମତିଭ୍ରମ କରି ସଂଗଠନରେ ସାମିଲ କରିବା ଭଳି ସଙ୍ଗୀନ ଅଭିଯୋଗ ରହିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button