ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଅନିବାର୍ଯ୍ୟ: ବିପିସିଏଲ୍‌ର ପୂର୍ବତନ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱ ଶକ୍ତି ଯୋଗାଣ  କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଯଦି ଏଭଳି ଜାରି ରହେ, ତେବେ ତୈଳ ଦର ବୃଦ୍ଧି ଅନିବାର୍ଯ୍ୟ ବୋଲି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL)ର ଜଣେ ପୂର୍ବତନ ଉଚ୍ଚ ଅଧିକାରୀ କହିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ମୂଲ୍ୟରେ ନିରନ୍ତର ଅସ୍ଥିରତା ଦେଖାଯାଉଥିବାରୁ, ସ୍ଥିତିର ମୁକାବିଲା ପାଇଁ ନୀତି ନିର୍ଦ୍ଧାରକମାନଙ୍କ ସମ୍ମୁଖରେ ତିନୋଟି ବିକଳ୍ପ ରହିଛି।  ରିପୋର୍ଟ ଅନୁଯାୟୀ, ବିପିସିଏଲ୍‌ର ମାନବ ସମ୍ବଳ (HR) ବିଭାଗର ନିର୍ଦ୍ଦେଶକ ପଦରୁ ନିକଟରେ ଅବସର ନେଇଥିବା ରାଜକୁମାର ଦୁବେ ରବିବାର ଏକ ପ୍ରତିକ୍ରିୟାରେ ଏହା କହିଛନ୍ତି। ସେ ଦର୍ଶାଇଛନ୍ତି ଯେ, ବିଶ୍ୱ ସ୍ତରରେ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟବୃଦ୍ଧି ପ୍ରାରମ୍ଭିକ ପର୍ଯ୍ୟାୟରେ ଅସ୍ଥାୟୀ ମନେ ହେଉଥିଲା। ହେଲେ ବର୍ତ୍ତମାନର ଭୂ-ରାଜନୈତିକ ପରିସ୍ଥିତି ଯେପରି ଗତି କରୁଛି, ସେଥିରୁ ଏହି ଦରବୃଦ୍ଧି ଆଗକୁ ମଧ୍ୟ ଜାରି ରହିବା ପରି ମନେହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button