ବିଜେପିରେ ହଟଚମଟ: ନବୀନଙ୍କ ପାଦଛୁଇଁଲେ ବାହୁବଳୀ ବିଧାୟକ ପ୍ରଶାନ୍ତ

ଭୁବନେଶ୍ବର: ବହୁ ବର୍ଷ ପରେ ଆଜି ହଠାତ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଅର୍ଥାତ 2023 ମସିହାଠାରୁ ସେ ବାଣପୁରରେ ଗିରଫ ହେବା ପରେ ନବୀନଙ୍କ ସହିତ ତାଙ୍କର ସାକ୍ଷାତ ହୋଇପାରି ନ ଥିଲା। ଏହା ପରେ ବିଜେଡିରୁ ବହିସ୍କୃତ ହେବା ଏବଂ ପରବର୍ତ୍ତି ସମୟରେ ବିଜେପିରେ ସାମିଲ ହୋଇ ଖୋର୍ଦ୍ଧାରୁ ବିଧାୟକ ହୋଇଥିଲେ ମଧ୍ୟ ଦେଖା ହୋଇ ନ ଥିଲା। ଏପରିକି ବିଧାୟନ ସଭାରେ ମଧ୍ୟ ଭଲ ଭାବେ ସାକ୍ଷାତ ହୋଇପାରି ନ ଥିଲେ। ହେଲେ ଆଜି ଭୁବନେଶ୍ବରରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଜୟନ୍ତିରେ ନବୀନଙ୍କ ସହିତ ସାକ୍ଷାତ ହେଲା। ଯେତେ ଯାହା ହେଲେ ସେ ବିଜେଡି ବ୍ରାଣ୍ଡ। ନବୀନଙ୍କ ଗାଡି ଦେଖି ସେ ପାଖକୁ ଧାଇଁ ଆସିଲେ। ଗାଡି ଡୋର ଖୋଲିବା ମାତ୍ରେ ପ୍ରଶାନ୍ତ ନମସ୍କାର ମାରି ତାଙ୍କ ପାଦ ଛୁଇଁ ଆର୍ଶିବାଦ ନେଲେ। ଯାହା ଉପସ୍ଥିତ ଦର୍ଶକଙ୍କୁ ବେଶ ଆଶ୍ଚର୍ଯ୍ୟ କରିଦେଇଥିଲା। ଏହାପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଯାହା ହେଲେ ମଧ୍ୟ ମୁଁ ମୋର ରାଜନୈତିକ ଜୀବନ ବିଜେଡିରୁ ଆରମ୍ଭ କରିଛି। ନବୀନବାବୁଙ୍କ ଆର୍ଶିବାଦରେ ମୁଁ ରାଜନୀତିରେ ସଫଳ ହୋଇପାରିଛି। ସେ ଦୀର୍ଘାୟୁ ହୁଅନ୍ତୁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା ବୋଲି ପ୍ରଶାନ୍ତ ଜଗଦ୍ଦେବ କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button