ନିଜ କାର୍‌କେଡ୍‌ ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଣି ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ନିଜ କାର୍‌କେଡ୍‌ (କାର୍‌ ପଟୁଆର)ରେ ସାମିଲ ଥିବା ଗାଡ଼ି ସଂଖ୍ୟାକୁ ଆହୁରି ହ୍ରାସ କରିଛନ୍ତି। ଏଣିକି ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ରେ ୭ଟି ବଦଳରେ ମାତ୍ର ୪ଟି ଗାଡ଼ି ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ୍‌ କ୍ରମେ ମୁଖ୍ୟମନ୍ତ୍ରୀ ଏଭଳି ଜନହିତକର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଓ ଯାତାୟାତ ପାଇଁ କାର୍‌କେଡ୍‌ରେ ୭ଟି ଗାଡ଼ି ସାମିଲ ରହୁଥିଲା। ମାତ୍ର ନୂତନ ନିଷ୍ପତ୍ତି ଅନୁଯାୟୀ, ଏହି ସଂଖ୍ୟାକୁ ପ୍ରାୟ ଅଧା କରି ଦିଆଯାଇଛି। ଏହି ପଦକ୍ଷେପ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ରାସ୍ତାରେ ଟ୍ରାଫିକ ସମସ୍ୟା ବହୁ ପରିମାଣରେ ହ୍ରାସ ପାଇବ ଏବଂ ସାଧାରଣ ଜନତାଙ୍କୁ ଅଯଥା ହଇରାଣ ହେବାକୁ ପଡ଼ିବ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button