ଭେଣ୍ଟିଲେଟରରେ ସଲମାନ ରୁଶ୍‌ଦି

ନ୍ୟୁୟର୍କ: ଛୁରା ମାଡ଼ର ଶିକାର ହୋଇଥିବା ଭାରତରେ ଜନ୍ମିତ ବ୍ରିଟିଶ ଲେଖକ ସଲମାନ ରୁଶ୍‌ଦିଙ୍କ ଅବସ୍ଥା ଗୁରୁତର ରହିଛି। ଛୁରା ମାଡ଼ ପରେ ତାଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ସେହିପରି ତାଙ୍କ ବେକ ଓ ଏହାର ଆଖପାଖ ଅଞ୍ଚଳରେ ଛୁରା ମାଡ଼ କରାଯଇଥିବାରୁ ସେ ନିଜର ଗୋଟିଏ ଆଖି ହରାଇ ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଶୁକ୍ରବାର ଭାରତୀୟ ସମୟ ରାତି ୮.୩୦ରେ ନ୍ୟୁୟର୍କରରେ ଚାଲିଥିବା ଗୋଟିଏ କାର୍ୟ୍ୟକ୍ରମରେ ରୁଶ୍‌ଦିଙ୍କୁ ଜଣେ ଯୁବକ ଷ୍ଟେଜ ଉପରେ ଆକ୍ରମଣ କରିଥିଲେ। ରୁଶ୍‌ଦି ଭାଷଣ ଦେବାକୁ ଯାଉଥିବା ବେଳେ ଯୁବକ ଜଣଙ୍କ ଦୌଡ଼ି ଯାଇ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଏହାପରେ ସେ ତାଙ୍କୁ ୧୦ରୁ ୧୫ ମୁଥ ମାରିବା ସହ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ।  ଯୁବକ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ରୁଶ୍‌ଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

Related Articles

Leave a Reply

Your email address will not be published.

Back to top button