ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଶକ୍ତି ପ୍ରଦର୍ଶନ: ଫ୍ଲୋର ଟେଷ୍ଟରେ ଜିତିଲା TVK, ଦୁଇଫାଳ ହେଲା AIADMK

ନୂଆଦିଲ୍ଲୀ: ଆଜି ତାମିଲନାଡୁ ବିଧାନସଭାରେ ବହୁମତ ପ୍ରମାଣ କରିଛି ଟିଭିକେ ସରକାର । ଫ୍ଲୋର ଟେଷ୍ଟରେ ଜିତିଲେ ମୁଖ୍ୟମନ୍ତ୍ରୀ ବିଜୟ । ଟିଭିକେ ସପକ୍ଷରେ 144 ଖଣ୍ଡ ଭୋଟ୍ ପଡିଥିବା ବେଳେ ବିରୋଧରେ 22 ଖଣ୍ଡ ଭୋଟ୍ ପଡିଥିଲା । ଏଥିରେ ଏଆଇଏଡିଏମକେର 25 ବାଗୀ ବିଧାୟକଙ୍କ ଭୋଟ୍ ମଧ୍ୟ ସାମିଲ ରହିଛି । ବିରୋଧୀ ଦଳ ଡିଏମକେ କକ୍ଷତ୍ୟାଗ କରିଥିଲା । ଆସ୍ଥା ଭୋଟ ବେଳେ ବିରୋଧୀ ଦଳ ଡିଏମକେର ବିଧାୟକ କକ୍ଷତ୍ୟାଗ କରିଥିଲେ । ଫଳରେ ଗୃହରେ ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିଲା । ସେହିପରି ଏଆଇଏଡିଏମକେର କିଛି ବିଧାୟକ ଦଳର ହ୍ବିପ୍କୁ ନମାନି ବିଜୟଙ୍କ ସପକ୍ଷରେ ଭୋଟ ଦେଇଥିଲେ । ତାମିଲନାଡୁ ବିଧାନସଭାରେ 233 ସଦସ୍ୟଙ୍କ ମଧ୍ୟରୁ 144ଟି ଭୋଟ ଟିଭିକେ ସପକ୍ଷରେ ଭୋଟ ପଡିଛି। ବିରୋଧରେ 22 ଭୋଟ୍ ପଡ଼ିଛି। AIADMKର 25 ବିଧାୟକ ବିଜୟଙ୍କ ସମର୍ଥନରେ ଭୋଟ୍ ଦେଇଥିଲେ। ମୋଟ୍ 171 ବିଧାୟକ ଆସ୍ଥା ଭୋଟରେ ସାମିଲ ହୋଇଥିଲେ।



