ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଉ ନେଉ ବିଜୟଙ୍କ ବଡ଼ ଆକ୍ସନ; ବନ୍ଦ ହେବ ୭୧୭ ମଦ ଦୋକାନ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୁପରଷ୍ଟାର ବିଜୟ ଏକ ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ୭୧୭ଟି ସରକାରୀ ପରିଚାଳିତ TASMAC ମଦ ଦୋକାନକୁ ବନ୍ଦ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଧାର୍ମିକ ସ୍ଥଳ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟପ୍‌ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଥିବା ଦୋକାନଗୁଡ଼ିକ ଉପରେ ଏହି କଟକଣା ଲଗାଯାଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି। ତାମିଲନାଡୁରେ ମଦ ଦୋକାନଗୁଡ଼ିକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦୀର୍ଘ ଦିନରୁ ଅସନ୍ତୋଷ ରହିଥିଲା। ସ୍କୁଲ, କଲେଜ ଓ ମନ୍ଦିର ନିକଟରେ ଥିବା ମଦ ଦୋକାନଗୁଡ଼ିକୁ ହଟାଇବା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କେବଳ ରାଜସ୍ୱ ହାନି ଭୟରେ ପୂର୍ବ ସରକାରମାନେ କୌଣସି ଦୃଢ଼ ପଦକ୍ଷେପ ନେଇପାରୁ ନଥିଲେ। ଯଦିଓ ଡିଏମକେ (DMK) ଏବଂ ଏଆଇଏଡିଏମକେ (AIADMK) ଭଳି ପ୍ରମୁଖ ଦଳମାନେ ନିଜ ନିର୍ବାଚନ ଇସ୍ତାହାରରେ ମଦ ନିଷେଧ ନେଇ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ଏହି ଦିଗରେ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button