ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା: ମୁହଁ ଖୋଲିଲେ ଡିସିପି, ତଦନ୍ତ ପରିସରରେ ୩ଟି ପକ୍ଷ

ଭୁବନେଶ୍ୱର: ବାଲିଅନ୍ତାରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାରେ ଡିସିପି ଜଗମୋହନ ମୀନା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ଘଟଣାରେ ତିନୋଟି ପକ୍ଷ ସମ୍ପୃକ୍ତ ଥିବା ସାମ୍ନାକୁ ଆସିଛି। ଡିସିପିଙ୍କ ସୂଚନା ଅନୁସାରେ, ଦୁଇ ଯୁବତୀ ଏକ ସ୍କୁଟିରେ ଯାଉଥିବା ସମୟରେ ଦୁଇଜଣ ଯୁବକ ବାଇକରେ ଆସି ସେମାନଙ୍କୁ ଓଭରଟେକ୍ କରିଥିଲେ। ପରେ ବାଇକ୍ ଫେରାଇ ସେମାନଙ୍କୁ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁବତୀଙ୍କୁ ଉଦ୍ଧାର କରିବାକୁ ଆସି ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଦୁଇ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ଫଳରେ ଅଡ଼ଶପୁରର ସୌମ୍ୟରଂଜନ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟତମ ଯୁବକ ଓମ୍ ପ୍ରକାଶ ରାଉତ ଆହତ ହୋଇଛନ୍ତି। ଏହି ମାମଲାରେ ଯୁବତୀଙ୍କ ପକ୍ଷରୁ ଦୁଷ୍କର୍ମ ଉଦ୍ୟମ ଓ ଅସଦାଚରଣ ନେଇ ଥାନାରେ ଏତଲା ଦିଆଯାଇଛି। ପୁଲିସ ଯୁବତୀ ଓ ଆହତ ଯୁବକଙ୍କ ବୟାନ ରେକର୍ଡ କରିଛି। ଅନ୍ୟପଟେ, ମୃତ ଯୁବକଙ୍କ ମା’ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏହି ଘଟଣା ପଛରେ ପ୍ରେମ ବ୍ୟାପାର ଥିବା ସେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button