ମେ’ ପହିଲାରୁ ମହଙ୍ଗା ମାଡ଼: ବାଣିଜ୍ୟିକ ସିଲିଣ୍ଡର ଦରରେ ଆକାଶଛୁଆଁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ଏବେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇଛି। ମେ’ ୧ ତାରିଖ ଅର୍ଥାତ୍ ଆଜିଠାରୁ ବାଣିଜ୍ୟିକ ଏଲପିଜି (Commercial LPG) ସିଲିଣ୍ଡର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ଏହି ନିଷ୍ପତ୍ତି ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରୋଷେଇ ଇନ୍ଧନ ଉପରେ ନିର୍ଭର କରୁଥିବା ବ୍ୟବସାୟୀମାନେ ଶକ୍ତ ଧକ୍କା ପାଇଛନ୍ତି। ତୈଳ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ, ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟରେ ୯୯୩ ଟଙ୍କା ବୃଦ୍ଧି କରାଯାଇଛି। ନୂତନ ଦର ଆଜିଠାରୁ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଏତେ ପରିମାଣର ଦର ବୃଦ୍ଧି ବ୍ୟବସାୟିକ କ୍ଷେତ୍ରରେ ପୂର୍ବରୁ କେବେ ଦେଖାଯାଇ ନଥିଲା, ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟବସାୟୀ ସଂଘ। ବାଣିଜ୍ୟିକ ସିଲିଣ୍ଡର ଦର ବଢ଼ିଥିବା ବେଳେ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିବାରୁ ସାଧାରଣ ମଧ୍ୟବିତ୍ତ ପରିବାର ଗୁଡ଼ିକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତେବେ ବାଣିଜ୍ୟିକ ଗ୍ୟାସ୍ ମହଙ୍ଗା ହେବା କାରଣରୁ ବାହାରେ ଖାଇବା ଏବଂ ଅନ୍ୟାନ୍ୟ ସେବା ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button